Monday , October 18 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଯୁବକଙ୍କ ଉତ୍ପାତ ଯୋଗୁ ହାଇଦ୍ରାବାଦ – ଗୌହାଟୀ  ଇଣ୍ଡିଗୋ ବିମାନର ଜରୁରୀ ଅବତରଣ 

ସଂକ୍ଷେପରେ ତାଜା ଖବର : ଯୁବକଙ୍କ ଉତ୍ପାତ ଯୋଗୁ ହାଇଦ୍ରାବାଦ – ଗୌହାଟୀ  ଇଣ୍ଡିଗୋ ବିମାନର ଜରୁରୀ ଅବତରଣ 

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ଜଣେ ଯୁବକଙ୍କ ଉତ୍ପାତ ଯୋଗୁ ଆଜି ହାଇଦ୍ରାବାଦ – ଗୌହାଟୀ  ଇଣ୍ଡିଗୋ ବିମାନ ଟି ଭୁବନେଶ୍ୱର ଠାରେ  ଜରୁରୀ ଅବତରଣ  କରିବାକୁ ପଡ଼ିଥିଲା । ମିଳିଥିବା ତାଜା ସୂଚନା ଅନୁସାରେ ହାଇଦ୍ରାବାଦ – ଗୌହାଟୀ  ଇଣ୍ଡିଗୋ ବିମାନରେ ଇରସାଦ ଅଲ୍ଲୀ ନାମକ ଜଣେ ଯୁବକ ବିମାନ ମଧ୍ୟରେ ଉତ୍ପାତ କରିଥିଲେ । ସେ ଚଳନ୍ତା ବିମାନରେ ଏଣେ ତେଣେ ବୁଲିବା ସହ ଚିକ୍ରାର କରୁଥିଲା ଓ ଅନ୍ୟ ଯାତ୍ରୀ ମାନଙ୍କୁ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣରେ ବିମାନରେ ଥିବା ଯାତ୍ରୀମାନେ ଭୟଭିତ ହୋଇ ପଡ଼ିଥିଲେ । ତେଣୁ କିଛି ଅଘଟଣ ଆଶଙ୍କାରେ ବିମାନକୁ  ତୁରନ୍ତ ଭୁବନେଶ୍ୱର ଠାରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ବିମାନଟି ଅବତରଣ କରିବା ପରେ ଉକ୍ତ ଯୁବକଙ୍କୁ ପୋଲିସ୍ ଜିମା ଦିଆଯାଇଥିଲା । ପୋଲିସ୍ ତାଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରିଛି ।  ସମ୍ପୃକ୍ତ ଯୁବକ ଟି ମାସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *