କରଂଜିଆ, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- କରଂଜିଆ ସବଜେଲ ରୁ ଜଣେ କଏଦୀ ୧୬ ତାରିଖ ଦିନ ଚମ୍ପଟ ମାରିବା ପରେ ଗତ ୧୮ ତାରିଖରୁ ୱାର୍ଡ଼ର ସୁଶାନ୍ତ ବେହେରା ନିଖୋଜ ଥିଲେ । ତାଙ୍କର କୌଣସି ପତା ମିଳୁନଥିବାବେଳେ ଆଜି ଜଙ୍ଗଲ ମଧରେ ଝୁଲନ୍ତା ଅବସ୍ଥାରେ ତାଙ୍କର ଗଳିତ ମୃତ ଦେହ ମିଳିଛି ଓ ପାଖରୁ ମଧ୍ୟ ତାଙ୍କ ସାଇକେଲ ମିଳିଛି । ତେବେ ତାଙ୍କ ପକେଟରୁ ଏକ ହାତଲେଖା କାଗଜ ମିଳିଛି , ଯେଉଁଥିରେ କୌଣସି ଘଟଣା ଘଟିଲେ ସେଥିପାଇଁ ଜେଲ ସୁପରିନଟେଣ୍ଡେଂଟ ଦାୟୀ ରହିବେ ବୋଲି ଲେଖା ରହିଛି । ପୋଲିସ୍ ତଦନ୍ତ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର
Check Also
ପୁରୀରେ ଫୁଟିଲା ବୋମା , ଜଣେ ଆହତ
ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …