Saturday , October 16 2021
Breaking News
Home / ବିଶେଷ / ରେଳ ବୋର୍ଡ ସଦସ୍ୟଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟ ସମୀକ୍ଷା

ରେଳ ବୋର୍ଡ ସଦସ୍ୟଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ରେଳବାଇ ବୋର୍ଡ ରୋଲିଂ ଷ୍ଟକ୍ ସଦସ୍ୟ ରାଜେଶ ଅଗ୍ରୱାଲ ପୂର୍ବତଟ ରେଳପଥ ପରିଦର୍ଶନରେ ଆସି ରେଳପଥର ବିଭିନ୍ନ କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ଫାନି ବାତ୍ୟା ବିତ୍ପାତରେ ନଷ୍ଟ ହୋଇଯାଇଥିବା ଓ ପ୍ରଭାବିତ ହୋଇଥିବା ଭିତିଭୂମି ଓ ରେଳ ଚଳାଚଳ ସେବାକୁ ଖୁବଶୀଘ୍ର ପୁନରୁଦ୍ଧାର କରିପାରିଥିବାରୁ ସେ ପୂର୍ବବତ ରେଳପଥକୁ ପ୍ରଶଂସା କରିଛନ୍ତି । ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥକୁ ସର୍ବୋଚ୍ଚ ସ୍ଥାନରେ ପହଂଚାଇ ପାରିଥିବାରୁ ସେ ରେଳପଥର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ଆର୍ôଥକବର୍ଷ (୨୦୧୯- ୨୦୨୦)ରେ ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ୨୦୦ ନିୟୁତ ଟନ୍ ବୋଝେଇ ଲକ୍ଷ୍ୟ ରଖି ସମଗ୍ର ବିଶ୍ୱରେ ନୂଆ କୀର୍ତି ସ୍ଥାପନ କରିବାକୁ ଯାଉଛି । ଏହି ଅବସରରେ ରେଳବାଇ ବୋର୍ଡ ରୋଲିଂ ଷ୍ଟକ୍ ସଦସ୍ୟ ରାଜେଶ ଅଗ୍ରୱାଲ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ସମୀକ୍ଷା ସଭାରେ କେତେକ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ଏହି ଘୋଷଣା ମଧ୍ୟରେ ଫାନି ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ରେଳ ଷ୍ଟେସନକୁ ଆସନ୍ତା ମାସ ପହିଲା ସୁଦ୍ଧା ପୁନରୁଦ୍ଧାର କରାଯିବାକୁ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନ ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଚଳାଚଳ ପାଇଁ ପ୍ରସ୍ତୁତ କରାଯିବାକୁ କୁହାଯାଇଛି । ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ଏବଂ ପୁରୀକୁ ଆସିବାକୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏହା ଦ୍ୱାରା ଉପକୃତ ହୋଇପାରିବେ । ଜୁଲାଇ ମାସ ପହିଲାକୁ ସମସ୍ତ ପ୍ରକାର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇ ପୁରୀ ରେଳ ଷ୍ଟେସନର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜର୍ମାନ ନିର୍ମିତ ଆଧୁନିକ ଏଲ୍ଏଚ୍ବି କୋଚ୍ ଏବେ ଆଧୁନିକ କୋଚ୍ ଭାବେ ପରିଗଣିତ । ବର୍ତମାନ ପୂର୍ବତଟ ରେଳପଥରେ ୧୫ଟି ରେକ୍ (ରେକ୍ ଟ୍ରେନ୍ ପାଇଁ ସଂଗଠିତ କୋଚ୍) ଉପଲବ୍ଧ ଥିବାବେଳେ ଚଳିତ ଆର୍ôଥକ ବର୍ଷରେ ଏହାକୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ଏହି ସୁବିଧା ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରେନ୍ରେ ଉପଲବ୍ଧ । ଏହି ଅଂଚଳରେ ଅଟୋମୋବାଇଲ ଡିଲରମାନଙ୍କ ସୁବିଧା ପାଇଁ ରେଳବାଇ ଚଳିତ ବର୍ଷ ପୂର୍ବତଟ ରେଳପଥରେ ଚାରିଚକିଆ ଓ ୨ଚକିଆ ଯାନ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରକାର ୱାଗନ୍ ଉପଲବ୍ଧ କରାଇବାକୁ ନିଷ୍ପତିି ନିଆଯାଇଛି । ମଂଚେଶ୍ୱରଠାରେ ଥିବା ରେଳଡ଼ବା ମରାମତି କାରଖାନାକୁ ପୁନଃ ଉନ୍ନତିକରଣ କରାଯିବା ସହିତ ଏଲ୍ଏଚ୍ବି କୋଚ୍ଗୁଡ଼ିକର ମରାମତି କାର୍ଯ୍ୟ ପାଇଁ ସୁବିଧା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୋଡ଼ଠାରେ ମେମୁ ସେଡ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା ଏଠିକାର ସମସ୍ତ ପାସେଞ୍ଜର୍ ଟ୍ରେନ୍କୁ ମେମୁ ଟ୍ରେନ୍ରେ ପରିବର୍ତନ କରାଯାଇପାରିବ । ଭବିଷ୍ୟତରେ ସମସ୍ତ ପାସେଞ୍ଜର୍ ଟ୍ରେନ୍କୁ ମେମୁ ଟ୍ରେନ୍ରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ଟ୍ରେନ୍ ଚଳାଚଳ ସମୟରେ ସମୟାନୁବର୍ତୀ ହୋଇପାରିବ । ଆସନ୍ତା ତିନିମାସ ମଧ୍ୟରେ ପୁରୀ ଓ ଭୁବନେଶ୍ୱରଠାରେ ମେକାନାଇଜଡ୍ ଲଣ୍ଡ୍ରି କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଛି । ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକରେ ପାଣିର ଅଭାବକୁ ଦୂର କରିବା ପାଇଁ ଶୀଘ୍ର ଜଳଯୋଗାଣ ପ୍ରତି ବିଶେଷ ବ୍ୟବସ୍ଥା କରାଯାଉଛି । ସେହିପରି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସ୍ଥାନୀୟ କଳକାରଖାନାଗୁଡ଼ିକୁ ମାଲ ପରିବହନ ଚାହିଦା ମେଂଟାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଇ ଅଧିକ ୱାଗନ ଉପଲବ୍ଧି କରାଯିବ । ଯାହାଦ୍ୱାରା ପାୱାର ପ୍ଲାଂଟ ଓ କୋଇଲା ଉତ୍ପାଦନ ସଂସ୍ଥାଗୁଡ଼ିକ ଉପକୃତ ହେବେ । ଟ୍ରେନ ଶୌଚାଳୟଗୁଡ଼ିକୁ ଦୁର୍ଗନ୍ଧମୁକ୍ତ କରିବା ପାଇଁ ପୂର୍ବତଟ ରେଳପଥ ବାୟୋଟଏଲେଟ୍ ଟ୍ରେନ୍ ଶୌଚାଳୟ ଗୁଡ଼ିକରେ ଭେନଚୁରି ପ୍ରଣାଳୀ ଉପଲବ୍ଧ କରୁଛି । ଏହି ପ୍ରଣାଳୀକୁ ସମସ୍ତ ଟ୍ରେନ୍ରେ ଉପଲବ୍ଧ କରାଇବା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ନିଷ୍ପତିି ନିଆଯାଇଛି । ହେଡ୍ ଅନ୍ ଜେନେରେସନ୍ (ଏଚ୍ଓଜି) ଯାନ୍ତ୍ରିକ ପ୍ରଣାଳୀ ଦ୍ୱାରା ବର୍ତମାନ ରାଜଧାନୀ, ଶତାବ୍ଦୀ ଭଳି ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକର ଜେନେରେଟର୍ କାରକୁ ପୁନଃସ୍ଥାପନ କରାଯିବ ଯାହାଦ୍ୱାରା ଟ୍ରେନ୍ଗୁଡ଼ିକରେ ଅତିରିକ୍ତ କୋଚ୍ ଉପଲବ୍ଧ ହେବା ସହିତ ଅଧିକ ବର୍ଷ ଯୋଗାଇ ଦିଆଯାଇପାରିବ । ଏହାସହିତ ଟ୍ରେନ୍ କୋଚଗୁଡ଼ିକୁ ଜେନେରେଟର୍ କାରରୁ ଇଲେକ୍ଟ୍ରିକ୍ ପରିବର୍ତେ ଉପରେ ଥିବା ଇଲେକ୍ଟ୍ରିକ୍ ତାରରୁ ଇଲେକ୍ଟ୍ରିକ ଅଣାଯାଇପାରିବ । ଫାନି ବାତ୍ୟାରେ ପୂର୍ବତଟ ରେଳପଥ ୬୦୦କୋଟି ଟଙ୍କା କ୍ଷତି ସହିଛି । ଏଥିରୁ ଭିତିିଭୂମି କ୍ଷୟକ୍ଷତିରେ ୪୦୦କୋଟି ଏବଂ ଟ୍ରେନ ଚଳାଚଳ ବ୍ୟାଘାତ ଯୋଗୁଁ ଆୟ ବାବଦରେ ୨୦୦ କୋଟି ଟଙ୍କା ଅଟେ । ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଆର୍ôଥକ ସହାୟତା ପାଇଁ ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛି । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *