Friday , January 28 2022
Breaking News
Home / ରାଜନୀତି / ମୌସୁମୀ ଅଧିବେଶନ ପାଇଁ ବିଜେଡି ବିଧାୟକଙ୍କ ବୈଠକ ଆଜି

ମୌସୁମୀ ଅଧିବେଶନ ପାଇଁ ବିଜେଡି ବିଧାୟକଙ୍କ ବୈଠକ ଆଜି

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ମୌସୁମୀ ଅଧିବେଶନ ଚଳିତମାସ ୨୫ତାରିଖରେ ଆରମ୍ଭ ହେବ । ରବିବାର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନିର୍ବାଚିତ ବିଧାୟକମାନଙ୍କର ବୈଠକ ଡାକିଛନ୍ତି । ଦଳର ସୁପ୍ରିମୋଙ୍କ ଅଧ୍ୟକ୍ଷତରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅପରାହ୍ଣ ୫ଟା ୩୦ରେ ସରାକରୀ ଦଳ ବିଧାୟକମାନଙ୍କର ବୈଠକ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସରକାରୀ ଦଳ ହୋଇଥିବାରୁ ବିଧାନସଭାରେ ବିରୋଧୀଙ୍କ ମୁକାବିଲା ସହ ଗୃହ ପରିଚାଳନା ପାଇଁ ବିଜେଡି ନିଜର ସ୍ୱତନ୍ତ୍ର ରଣନୀତି ଉପରେ ଧ୍ୟାନ ଦେଉଛି । ତେଣୁ ଅଧିବେଶନ ପୂର୍ବରୁ ହୋମୱାର୍କ କରିବା ପାଇଁ ମୁଖିଆ ଏହି ବୈଠକ ଡା଼କିଛନ୍ତି । ଏଥର ପ୍ରଥମକରି ବିରୋଧୀଦଳ ଆସନ ହାତେଇଥିବା ବିଜେପି ସରକାରଙ୍କ ଦୋଷ ଦୁର୍ବଳତା ବାଛିବାର କୌଣସି ସୁଯୋଗ ହାତଛଡ଼ା କରିବନି । ରାଜ୍ୟରେ ଅନେକ ଦିନପରେ ଏକ ଅପେକ୍ଷାକୃତ ଦୃଢ଼ ବିରୋଧୀଦଳ ଆସିଥିବାରୁ ସରକାରଙ୍କୁ ଘେରିବା ପାଇଁ ଜୋରଦାର ପ୍ରୟାସ କରାଯାଇପାରେ । ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମଥର ପାଇଁ ଏକ ନୂଆ ପରମତପରା ଆରମ୍ଭ ହେବାକୁ ଯାଉଛି । ଚଳିତମାସ ୨୪ତାରିଖରେ ବିଧାନସଭା ଅଧିବେଶନର ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଛନ୍ତି । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚାଲୁ ରଖିବା ବାଚସ୍ପତିଙ୍କ ପ୍ରାଥମିକ କାମ ହୋଇଥିବା ହେତୁ ସବୁ ବିଧାୟକଙ୍କୁ ଏକାଠି କରି ଏକ ସମନ୍ୱୟର ଭାବନା ତିଆରି କରିବା ପାଇଁ ସେ ପ୍ରୟାସ କରିଛନ୍ତି । ଅଧିବେଶନ ପୂର୍ବରୁ ସଭାର ସଦସ୍ୟଙ୍କ ଭିତରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସରକାର ଓ ବିରୋଧୀଙ୍କୁ ଏକଜୁଟ କରି କିପରି ଗୃହକୁ ସ୍ୱାଭାବିକ ଢଙ୍ଗରେ ଚଳାଇ ହେବ ସେ ନେଇ ନୂଆ ବାଚସ୍ପତି ଶ୍ରୀ ପାତ୍ର ଅଭିନବ ପ୍ରୟାସ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପରମହଂସନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ୫ନମ୍ଵର ଜୋନର ଵିଜେଡି ଵିଜେପି ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲେଇଲେ

କଟକ ସଦର, ୨୭/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା ୫ ନମ୍ଵର ଜିଲ୍ଲା ପରିଷଦ ଯୋନର ଦୁଇ …

Leave a Reply

Your email address will not be published. Required fields are marked *