Sunday , October 24 2021
Breaking News
Home / ଶିକ୍ଷା / ମହାକାଳପଡା  ବ୍ଲକ୍ ର ଦୁଇଟି ସ୍କୁଲ ବନ୍ଦ ହେବ

ମହାକାଳପଡା  ବ୍ଲକ୍ ର ଦୁଇଟି ସ୍କୁଲ ବନ୍ଦ ହେବ

ମହାକାଳପଡା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତତ୍ପର ହୋଇପଡ଼ିଛି । ୧୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରାଯିବ ନାହିଁ । ଯଦି ୧୦ କିମ୍ବା ୧୦ରୁ କମ୍ ଛାତ୍ରଛାତ୍ରୀ କୌଣସି ବିଦ୍ୟାଳୟରେ ପାଠ ପଢ଼ୁଥିବେ ତେବେ ସେହି ବିଦ୍ୟାଳୟକୁ ବନ୍ଦ କରାଯିବ ।

ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ । ସେତିକି ନୁହେଁ ପାଖ ସ୍କୁଲରେ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଗସ୍ତଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ଏହି ନିତିରେ ବ୍ଲକର ଦୁଇଟି ବିଦ୍ୟାଳୟ ଏବେ ବନ୍ଦ ହେବା ପରିସ୍ଥିତି ଦେଖାଦେଇଛି  । ତେବେ ବ୍ଲକ ଶିକ୍ଷାଧିକାରୀ ଅଜୟ ପରିଡ଼ା କହିଛନ୍ତି ଶେଷ ପର୍ଯ୍ୟାୟରେ ସେ ତଦନ୍ତ କରିସାରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ରାଜଗଡ଼ ପଂଚାୟତର ସ୍ୱାଇଁ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ବୋଲି ସିଆରସି ବିଇଓ ଅଫିସ୍କୁ ରିପୋର୍ଟ ଦେଇଛନ୍ତି । ଏଠାରେ ୧୦ପିଲାଙ୍କ ପାଇଁ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ସେହିପରି ବ୍ଳକର ଦ୍ୱୀପାଂଚଳ କୁହାଯାଉଥିବା ବତୀଘର ପଂଚାୟତର ସାନନିପାଣିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ବୋଲି ଏହି ବିଦ୍ୟାଳୟର ସିଆରସି ବିଇଓଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି । ଅଜବ କଥା ହେଲା ୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହି ଦୁଇଟି ବିଦ୍ୟାଳୟ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ଜାଣିବା ପାଇଁ ଖୋଦ୍ ବ୍ଲକ ଶିକ୍ଷାଧିକାରୀ ତଦନ୍ତ କରିବେ ବୋଲି ଜଣାପଡ଼ିଛି  । ଓଡ଼ିଶା ସମାଚାର

About admin

Check Also

ଲୋକନାଥ ମହାବିଦ୍ୟାଳୟରେ ପ୍ରବେଶ ସ୍ୱାଗତ ଉତ୍ସବ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ …

Leave a Reply

Your email address will not be published. Required fields are marked *