କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ୪୪ତମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧରୀଙ୍କର ଭୂବନେଶ୍ୱର ପୈାରନିଗମକୁ କମିଶନର ଭାବେ ବଦଳି ହୋଇଛି ।

ସେଠାରେ କାର୍ଯ୍ୟରତ ଥିବା କମିଶନର ସମର୍ଥ ବର୍ମାଙ୍କର କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ସରକାରୀ ନିର୍ଦେଶନାମା ବାହାରିଛି । କେନ୍ଦ୍ରାପଡାର ୪୫ତମ ଜିଲ୍ଲାପାଳ ଭାବେ ଶ୍ରୀ ଶର୍ମା ଏଠାରେ ଯୋଗଦେବେ । ଜିଲ୍ଲା ହେବାର ୨୬ ବର୍ଷ ଭିତରେ ୪୪ଜଣ ଜିଲ୍ଲାପାଳଙ୍କ ଏଠାରୁ ବଦଳି ହେଲାଣି । ଗତ ମଇମାସ ୭ତାରିଖରେ ଏଠାରେ ଯୋଗଦେଇଥିବା ପ୍ରେମ ଚନ୍ଦ୍ର ଚୈାଧରୀଙ୍କୁ ମାତ୍ର ୪୬ଦିନର କାର୍ଯ୍ୟକାଳ ପରେ ଏଠାରୁ ବଦଳି କରାଯାଇଛି । ଓଡ଼ିଶା ସମାଚାର