Wednesday , October 4 2023
Breaking News
Home / ବିଶେଷ / କେନ୍ଦ୍ରାପଡା କଲେଜରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ

କେନ୍ଦ୍ରାପଡା କଲେଜରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ

କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ  ଆନ୍ତର୍ଜାତୀୟ ଯୋଗ ଦିବସ ସମର ଶିକ୍ଷାର୍ଥୀ ବାହିନୀ,କଲେଜ ଛାତ୍ରଡଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୋଗ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ବାବା ରାମଦେବଙ୍କ ଶିଷ୍ୟ ତଥା ଯୋଗଗୁରୁ ବିଭୂ ପ୍ରସାଦ ଦାସ ଓ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ଏହି ଯୋଗ ଶିବିରରେ ରୋଗ ନିରୂପଣ,ପରିବେଶ ସୁସ୍ଥତା,ଆଧ୍ୟାତ୍ମିକ ଉନ୍ନତି,ସାମାଜିକ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା । ସର୍ବପରି ଯୋଗହିଁ ଏକମାତ୍ର ମାଧ୍ୟମ ଆଜିର ବ୍ୟସ୍ତ ବହୁଳ ସମାଜର ମାନବ ସମାଜକୁ ନିରୋଗ ରଖିବା ପାଇଁ ଆମେ ଗର୍ବ ଅନୁଭବ କରିବା ଯେ ଏହି ଯୋଗ ଆମ ପୁରାତନ ସଂସ୍କୃତିର ବିଶ୍ୱ ପାଇଁ ଏକ ଅମୁଲ୍ୟ ଦାନ ବୋଲି ଆଲୋଚନା କରାଯାଇଥିଲା । ଏହି ଶିବିରରେ କ୍ୟାପଟେନ ମନୋରଞ୍ଜନ ମହାନ୍ତି,ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା,ଡଃ.ଶ୍ରୀଧର ସାମଲ,ରଞ୍ଜିତ କୁମାର ଦାସ,ଜ୍ଞାନରଞ୍ଜନ ଦାଶ,ଅଧ୍ୟାପକ ପ୍ରଭାକର ମଲ୍ଲିକ,ଅଶୋକ କୁମାର ଦାସ,ରଜତ କୁମାର ପରିଡା,ଜ୍ୟୋତିର୍ମୟ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *