Monday , June 27 2022
Breaking News
Home / କ୍ରୀଡ଼ା / ଏସିଆ ରଗ୍ବୀ ଚାମ୍ପିଅନ୍ଶିପ୍ : ଭାରତର ଐତିହାସିକ ବିଜୟ

ଏସିଆ ରଗ୍ବୀ ଚାମ୍ପିଅନ୍ଶିପ୍ : ଭାରତର ଐତିହାସିକ ବିଜୟ

ମାନିଲା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି): ଭାରତୀୟ ମହିଳା ରଗବୀ ଦଳ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ଏସିଆ ରଗବୀ ମହିଳା ଚାମ୍ପିଅନ୍ଶିପ୍ ଡିଭିଜନ୍ ୧ରେ ବିଜୟ ହାସଲ କରି ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । ଏହି ବିଜୟ ଭାରତୀୟ ମହିଳା ଦଳ ପାଇଁ ଐତିହାସିକ ବିଜୟ । ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ସିଙ୍ଗାପୁରକୁ ୨୧-୧୯ ପଏଂଟରେ ହରାଇଛି । ବିଜୟ ସହ ଭାରତ ପଦକ ଜିତିବା ନିଶ୍ଚିତ କରିଛି । ସୁମିତ୍ରା ନାୟକ ଏକ ପେନାଲ୍ଟିରେ ପଏଂଟ ହାସଲ କରି ଭାରତକୁ ଅନ୍ତିମ ସମୟରେ ବିଜୟୀ କରାଇଥିଲେ ।
ଆରମ୍ଭରୁ ସ୍ୱିଟି କୁମାରୀ ପ୍ରଥମାର୍ଦ୍ଧରେ ଦୁଇଟି ସ୍କୋର କରିଥିଲେ । ପୂର୍ବରୁ ଫିଲିପାଇନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ମଧ୍ୟ କୁମାରୀ ଦୁଇଟି ସ୍କୋର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲିଗୁଡା ର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବାଲିଗୁଡା, ୨୧/୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ …

Leave a Reply

Your email address will not be published. Required fields are marked *