Tuesday , December 7 2021
Breaking News
Home / ବିଶେଷ / ଆର.କେ.ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଆର.କେ.ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାର ଗରଦପୁର ବ୍ଲକ ଅଧିନସ୍ଥ ଆର.କେ.ଉଚ୍ଚ ବିଦ୍ୟାଳୟର ୧୯୮୩ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଜ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉନ୍ନତି କରଣ, ଗରୀବ ଛାତ୍ରଛାତ୍ରୀଙ୍କୁ ପାଠପଢା ନିମନ୍ତେ ସଙ୍ଘ ପକ୍ଷରୁ ଏକ ପାଣ୍ଠି ଗଠନ ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି  ଗ୍ରହଣ କରାଯାଇଥିଲା । ଆଗାମୀ ବର୍ଷ ଠାରୁ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସମ୍ମାନୀତ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଆସନ୍ତା ତିନିବର୍ଷ ନିମନ୍ତେ ସଙ୍ଘର ନୂତନ କର୍ମକର୍ତା ଭାବେ ଚିତରଞ୍ଜନ ମହାନ୍ତି -ସଭାପତି, ସୀତାକାନ୍ତ ଜେନା – ଉପସଭାପତି, ସନାତନ ସାହୁ – ସମ୍ପାଦକ ତଥା କୋଷାଧ୍ୟକ୍ଷ, ଅକ୍ଷୟ କୁମାର ସ୍ୱାଇଁ ଓ ଶୈଳେନ୍ଦ୍ର କୁମାର ନାୟକଙ୍କୁ – ସହ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରାତନଛାତ୍ର ପ୍ରଫୁଲ୍ଲ ମଲ୍ଲିକ,ହରେକୃଷ୍ଣ କର, ତାପସ କୁମାର ଜେନା,ସୁବାଷ ଚନ୍ଦ୍ର ଯତି, ବିଘ୍ନେଶ ଚରଣ ରାଉତ,ଅଧୀଶ୍ୱର ନାୟକ,ମମତା ନାୟକ,ସବିତା ନାୟକ,ଅରୁଣ କୁମାର ସ୍ୱାଇଁ,ଅଜୟ କୁମାର ରାଉତ,ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *