ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ-୨୦୧୯ (ଇଣ୍ଡିଆ ଇଂଟର୍ନ୍ୟାସ୍ନାଲ୍ ଡ୍ୟାନ୍ସ ଫେଷ୍ଟିଭାଲ୍ – ୨୦୧୯, ଆଇଆଇଏଫ୍ଡି) ଶନିବାର ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଉଦ୍ଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ଉତ୍ସବର ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ଫ୍ୟୁଚର ଫେସେସ୍ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ବର୍ଷରୁ କମ୍ ବୟସର ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମେ କଟକର ଆଶି ସ୍ୱୟାଂଶି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଭୁବନେଶ୍ୱରର ସୁଧାଶ୍ରୀ ମହାପାତ୍ର, ସମ୍ଭାବି ସମ୍ପଦ ପଣ୍ଡା, ମେହର ଚହାଲ, ସମ୍ଭାବି ଶତପଥୀ, ରାଜଶ୍ରୀ ମହାପାତ୍ର, ମୁମ୍ବାଇର ସ୍ୱାତୀ ପଟ୍ଟନାୟକ, ସଂସିତା ସାହୁ, କଟକର କ୍ରିତିକା ମନ୍ତ୍ରୀ, କୋଲକାତାର ନିଶତା ସିହ୍ନା, ତେଜସ୍ୱୀ ପଟ୍ଟ ନାୟକ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ ରାଉରକେଲା କଳାଭୂମିର ସାଧନା ଘୋଷ ଭାରତନାଟ୍ୟମ୍ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶୁଭମ୍ ଓଝା । ସେହିପରି ସନ୍ଧ୍ୟା ଅଧିବେଶନର ପ୍ରାରମ୍ଭରେ ରାଉରକେଲା କଳାଭୂମିର ତୃପ୍ତୀ ଦତ ମଜୁମଦାର, କୋଲକାତାର ଶ୍ରବନ୍ତି ଭଟ୍ଟାଚାର୍ଯ୍ୟ ଭାରତନାଟ୍ୟମ୍ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି ଦିଲ୍ଲୀର ସାଲି ଶ୍ରୀବାସ୍ତବ ଓଡ଼ିଶୀ, ହାଇଦ୍ରାବଦର ସାଇ ରୋହିତ ଭାସ୍କରୁଣୀ କୁଚିପୁଡ଼ି, କୋଲକତାରା ଶୁଭଜିତ୍ ଦତ, ତୁହିନ୍ ଚାଟାର୍ଜୀ ଭାରତନାଟ୍ୟମ୍ ପରିବଷେଣ କରିଥିବାବେଳେ ବେଙ୍ଗାଲୁରୁର ପଲ୍ଳବୀ କର ଓଡ଼ିଶୀ, ଅଦିତି ଶ୍ରୀନିଧି ଗୋପାଲ୍ ଭାରତନାଟ୍ୟମ୍, ଇନ୍ଦୋରର ଭାବିନୀ କୁମାୱାତ୍ କଥକ, କେରଳର ମମତା ବସନ୍ତ କୁମାର ଭାରତନାଟ୍ୟମ୍ ପରିବେଷଣ କରିଥିଲେ । ପରେ ବେଙ୍ଗାଲୁରୁର ନିଶି ରତନମ୍ କୁଚିପୁଡ଼ି ପରିବେଷଣ କରିଥିଲେ । ପରରବର୍ତୀ ପ୍ରସ୍ତୁତିରେ ରାଂଚି ନୃତ୍ୟଗ୍ରାମ ସ୍କୁଲ ଅଫ୍ ଓଡ଼ିଶୀର ଶିଳ୍ପୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସବିତା ମିଶ୍ର । ଉତ୍ସବର ଶେଷ ପ୍ରସ୍ତୁତିରେ ଭୁବନେଶ୍ୱରର ପ୍ରିୟଙ୍କା ମିଶ୍ର ଓ ନୃତ୍ୟ ନୈପୁଣ୍ୟ ଗ୍ରୁପର ଶିଳ୍ପୀମାନେ ଦଳଗତଭାବେ କାଳୀ ମଙ୍ଗଳାଚରଣ ପରିବେଷଣ କରିଥିଲେ । ଡ. ରୀନା ରାଉତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସବିତା ମିଶ୍ର, ସଙ୍ଗୀତା ଦାସ, ସୁଚିସ୍ମିତା ସେନ ବିଶ୍ୱାସ, ଦୀପ୍ତି ମିଶ୍ର, ଉତ୍ସବର ଡାଇରେକ୍ଟର ଶ୍ୟାମହରି ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ରୀଧର ପାଲ୍ । ଓଡ଼ିଶା ସମାଚାର
