Monday , October 18 2021
Breaking News
Home / ଶିକ୍ଷା / ୯୬୬ ଟି ସ୍କୁଲ କୁ ବନ୍ଦ କରି ଦିଆଯିବ

୯୬୬ ଟି ସ୍କୁଲ କୁ ବନ୍ଦ କରି ଦିଆଯିବ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ମାତ୍ର ୧୦ ଜଣ ଛାତ୍ର ନଥିବା ସ୍କୁଲରେ ତାଲା ପଡ଼ିବ । ରାଜ୍ୟରେ ଏପରି ୯୬୬ ଟି ସ୍କୁଲ ଚିହ୍ନଟ ହୋଇଛି । ଏହି ୯୬୬ ଟି ସ୍କୁଲ ର ଛାତ୍ର ଛାତ୍ରୀମାନେ ପାଖ ସ୍କୁଲରେ ପାଠ ପଢ଼ିବେ । ପାଖ ସ୍କୁଲ ଯଦି ୧ କିମି ଦୁର ହୋଇଥିବ ତେବେ ଯାତାୟତ ଖର୍ଚ୍ଚ ସରକାର ପ୍ରଦାନ କରିବେ । ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ପାଇଁ ଏହି ପ୍ରୋତ୍ସାହନ ଯୋଜନା କରାଯାଇଛି । ୭୫ % ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ ଶହ , ବାର୍ଷିକ ୬ ହଜାର ଟଙ୍କା ସରକାର ପ୍ରଦାନ କରିବେ । ୫୦ ରୁ ୭୫ % ଉପସ୍ଥାନ ପାଇଁ ମାସକୁ ୪ ଶହ , କିମ୍ବା ବର୍ଷକୁ ୪ ହଜାର , ୩୦ ରୁ ୫୦ % ଉପସ୍ଥାନ ଥିଲେ ମାସିକ ୩ ଶହ, ବାର୍ଷିକ ୩ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଷୋଷଣା କରାଯାଇଛି । ୧୦ ମାସ ପାଇଁ ଏହି ପ୍ରୋତ୍ସାହନ ରାଶି ଦିଆଯିବ । ଏହାଦ୍ୱାରା ବିଦ୍ୟାଳୟରେ ଉପସ୍ଥାନ ବଢ଼ିବ ବୋଲି ଗଣମାଧ୍ୟମ କୁ ବିଭାଗିୟ ମନ୍ତ୍ରୀ ସମିର ରଂଜନ ଦାଶ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *