Tuesday , October 26 2021
Breaking News
Home / ରାଜନୀତି / ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ ବିଜେଡ଼ିର ରାଜ୍ୟ ସଭା ପ୍ରାର୍ଥୀ

ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ ବିଜେଡ଼ିର ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ନିର୍ବାଚନ ହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ ବିଜେଡ଼ିର ରାଜ୍ୟ ସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡ଼ି ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ତିନି ଜଣଙ୍କ ନାମ ଘୋଷଣା କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ଏହି ତିନିଜଣ ପ୍ରାର୍ଥୀ ଜିତିବା ନିଶ୍ଚିତ । ତେଣୁ ଆଉ କେହି ନାମାଙ୍କନ ପତ୍ର ସେମାନଙ୍କ ବିରୁଦ୍ଧରେ ଦାଖଲ କରିବାର ପ୍ରାୟ ସମ୍ଭାବନା ନାହିଁ । ତେବେ ସସ୍ମିତ ପାତ୍ର  ବିଜେଡ଼ି ଦଳର ମୁଖପାତ୍ର ହୋଇଥିବାବେଳେ ଅମର ପଟ୍ଟନାୟକ ବିଜୁ ଯୁବ ବାହିନୀର ନେତୃତ୍ୱ ନେଉଥିଲେ । ହେଲେ ଅଶ୍ୱିନୀ ବୈଷ୍ଣବ ବିଜେପିର ପ୍ରାର୍ଥାୀ ହୋଇଥିବାବେଳେ ତାଙ୍କ ପ୍ରାର୍ଥୀତ୍ୱ କୁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସମର୍ଥନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଷ୍ପଷ୍ଟ କରିଛନ୍ତି । ସଂଖ୍ୟା ନଥାଇ ବିଜେଡ଼ିର ସମର୍ଥନରେ ବିଜେପି ପ୍ରାର୍ଥୀ ଦେବ ଓ ବିଜେଡ଼ି ତାର ସଂଖ୍ୟା ଥାଇ ପ୍ରାର୍ଥୀ ନଦେଇ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ , ଏହା ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ପରିଧିକୁ ଆଣିଛି । ଅଶ୍ୱିନୀ ବୈଷ୍ଣବ ବିଜେପି ଓ ବିଜେଡ଼ି ମଧ୍ୟରେ ସର୍ମ୍ପର ସୂତ୍ରଧର ବୋଲି ଆଲୋଚନା ହେଉଛି ।  ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ,୫୦ ୟୁନିଟ ରକ୍ତ ସଂଗ୍ରହ

କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ …

Leave a Reply

Your email address will not be published. Required fields are marked *