Friday , October 29 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସଡ଼କ ଦୂର୍ଘଟଣାରେ ମା ଓ ନବଜାତକ ମୃତ, ଆଶାକର୍ମୀ ସମେତ ୪ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ସଡ଼କ ଦୂର୍ଘଟଣାରେ ମା ଓ ନବଜାତକ ମୃତ, ଆଶାକର୍ମୀ ସମେତ ୪ ଗୁରୁତର ଆହତ

କେନ୍ଦ୍ରାପଡ଼ା,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ସଡ଼କ ଦୂର୍ଘଟଣାରେ ମା ଓ ନବଜାତକ ମୃତ୍ୟୁ ବରଣ କରିଥିବାବେଳେ ଆଶାକର୍ମୀ ସମେତ ୪ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତେରଗାଁ ପାଟଣା ଗାଁ ର ମାନିନୀ ମଲିକ ଜିଲା ହସପିଟାଲ ରୁ ଡ଼େଲିଭରି ପରେ ଏକ ଅଟୋରେ ଘରକୁ ଫେରୁଥିବାବେଳେ ୫ ନମ୍ବର ଜାତୀୟ ରାଜପଥର ଖମରପଡ଼ା ଛକରେ ଏକ ଟ୍ରକ୍ ଉକ୍ତ ଅଟୋକୁ ଧକା ଦେବା ଫଳରେ ମା ଓ ନବଜାତକ ର ମୃତ୍ୟୁ ହୋଇଥିବାବେଳେ ଅଟୋରେ ଥିବା ଆଶା ଦିଦିଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇ ଯାଇଥିବାବେଳେ ଦୂର୍ଘଟଣା ଘଟାଇଥିବା ଟ୍ରକ୍ କୁ ପୋଲିସ୍ ଜବତ କରିଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *