ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପ୍ରଥମ କଟ୍ ଅଫ୍ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ । ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ ୧୨ ତାରିଖରେ ପ୍ରକାଶ ପାଇବ । ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ କରାଯିବ । ଜୁଲାଇ ୨୯ ତାରିଖରେ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଛାତ୍ରଛାତ୍ରୀ ମାନେ ଡବ୍ଲୁଡବ୍ଲଡବ୍ଲୁ ଡଟ୍ ସାମସ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ମାଧ୍ୟମରେ ଜୁନ୍ ୨୫ ରାତି ୧୧ଟା ୪୫ ମଧ୍ୟରେ ନାମଲେଖା ପାଇଁ ଅନଲାଇନ୍ ଆବେଦନ କରିପାରିବେ । ସେହିପରି ୨୬ ତାରିଖ ସଂଧ୍ୟା ୫ଟା ସୁଦ୍ଧା ସାମସ୍ ରିସୋର୍ସ ସେଂଟରରେ ହାର୍ଡ କପି ଦାଖଲ କରିପାରିବେ । ଓଡ଼ିଶା ସମାଚାର