ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଫାନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଗୁରୁବାର ବହୁ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । କାନାଡ଼ା ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ ଏ ଶଙ୍କରନାରାୟଣନ୍ ୯,୨୮,୦୮,୮୧୧ ଟଙ୍କାର ଚେକ୍, ଆଡିବିଆଇ ବ୍ୟାଙ୍କ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଜୋର୍ତି ଚାକୋ, ସିଜିଏମ୍ ଅଦିତୀ କାକାଡେ ଓ ରିଜିଓନାଲ ହେଡ୍ ଅସୀତ ପାଢ଼ୀ ୧,୦୪,୨୫,୦୦୦ ଟଙ୍କାର ଚେକ୍ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଏକଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ ରବି ହରଜାଇ ୧,୫୦,୦୦,୦୦୦ ଟଙ୍କା ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ବୃନ୍ଦାବନ ନାୟକ ୨୨,୯୦,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ଓଡ଼ିଶା ଷ୍ଟେଟ୍ ଆସୋସିଏସନ ଅଫ୍ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଇନ୍ଷ୍ଟିଚ୍ୟୁସନ ପକ୍ଷରୁ ୩୩,୩୧,୭୦୦ ଟଙ୍କା, ଥାନେ ଓଡ଼ିଆ ଆସୋସିଏସନ ପକ୍ଷରୁ ୧,୫୦,୦୦୦ ଟଙ୍କା, ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଂଟ ପକ୍ଷରୁ ୧,୦୧,୦୦୦ ଟଙ୍କା, ନିଖିଳ ଓଡ଼ିଶା ଅବସରପ୍ରାପ୍ତ ୟୁନିଅନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୫୦ ହଜାର ଟଙ୍କା, ନିଖିଳ ଓଡ଼ିଶା ଆଲ୍ଲାହାବାଦ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ର ଓ ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧,୬୬,୦୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ବାଙ୍କୀ ପ୍ରଗତି ପରିଷଦ ପକ୍ଷରୁ ସଭାପତି ନୀଳମୋହନ ତ୍ରିପାଠୀ ଓ ସମ୍ପାଦକ ନିମାଇଁ ଚରଣ ଦାସ ୧୦ ହଜାର ଟଙ୍କା ଓ ରେଡ୍ ଏଫଏମ୍ ପକ୍ଷରୁ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଏହିପରି ସମୁଦାୟ ୧୨,୪୪,୫୭,୫୧୧ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର