ଭୁବନେଶ୍ୱର,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଯୁକ୍ତ ୨ କଳା , ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇଛି । ଅପରାହ୍ନ ସାଢେ ୩ ଟାରେ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ଠାରେ ରେଜଲ୍ଟ ପୁସ୍ତିକାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ୨,୩୫,୧୮୩ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ମୋଟ ୧,୫୨,୩୨୩ ଛାତ୍ର ଛାତ୍ରୀ ପାସ କରିଥିବାବେଳେ ପାସ ହାର ୬୫.୮୯ ରହିଛି । ୯୪୮୮୧ ଛାତ୍ରୀ (୭୩.୦୦ ପ୍ରତିଶତ) ପାସ କରିଥିବାବେଳେ ୫୭,୪୪୨ ଛାତ୍ର (୫୫.୮୦ପ୍ରତିଶତ) ଛାତ୍ର ପାସ କରିଛନ୍ତି । ୧ମ ଶ୍ରେଣୀରେ ୧୮୭୭୩, ୨ୟ ଶ୍ରେଣୀରେ ୨୨,୯୪୪ ଓ ୩ୟ ଶ୍ରେଣୀରେ ୧,୧୦,୪୫୨ ପାସ କରିଛନ୍ତି । ବାଲେଶ୍ୱର ଜିଲାରେ ସର୍ବାଧିକ ୭୫.୬୭ ପ୍ରତିଶତ ପାସ କରିଥିବାବେଳେ ନବରଙ୍ଗପୁରଜିଲାରେ ସବାନିମ୍ନ ୪୭.୪୬ ପ୍ରତିଶତ ପାସ କରିଥିବାବେଳେ ୨ ଟି କଲେଜର ରେଜଲ୍ଟ ଶୂନ୍ୟ ରହିଛି । ସେହିପରି ବାଣିଜ୍ୟରେ ୧୮୮୨୬ ପାସ କରିଥିବାବେଳେ ୭୦.୨୬ ପ୍ରତିଶତ ରହିଛି । ୧ମ ଶ୍ରେଣୀରେ ୫,୬୨୯ , ୨ୟ ଶ୍ରେଣୀରେ ୩,୭୪୬ ପ୍ରତିଶତ ଓ ୩ୟ ଶ୍ରେଣୀରେ ୯,୪୨୨ ପ୍ରତିଶତ ପାସ କରିଛନ୍ତି । ସର୍ବାଧିକ ଖୋର୍ଦ୍ଦା ଜିଲାରେ ୮୬.୮୯ ପ୍ରତିଶତ ଓ ସର୍ବ ନିମ୍ନ ଦେବଗଡ଼ ଜିଲାରେ ୨୪.୪୩ ପ୍ରତିଶତ । ୪ ଟି କଲେଜର ପାସ ଶୂନ୍ୟ ରହିଛି । ସେହିପରି ୭୦୮୮ (୭୪.୫୨ ପ୍ରତିଶତ) ଝିଅ ପାସ କରିଥିବାବେଳେ ୧୧୭୩୮(୬୭.୯୧ ପ୍ରତିଶତ) ପୁଅ ପାସ କରିଛନ୍ତିତ । ସେହିପରି ଧନ୍ଦାମୂଳକ ରେ ୫୨.୬୨ ପ୍ରତିଶତ ପାସ କରିଛନ୍ତି । ମୋଟ ୪୧୨୬ ପାସ କରିଛନ୍ତି । ବାଲେଶ୍ୱର ସର୍ବାଧିକ ୪୭.୪୩ ପ୍ରତିଶତ ଓ ନବରଙ୍ଗପୁର ଜିଲାରେ ସର୍ବନିମ୍ନ ୮.୩୩ ପ୍ରତିଶତ ପାସ କରିଛନ୍ତି । ଓଡ଼ିଶା ସମାଚାର