Friday , October 22 2021
Breaking News
Home / ସ୍ୱାସ୍ଥ୍ୟ / ପୋଲିଓ ଟିକା ନେଇ ୨ ମାସର ଶିଶୁ ର ମୃତ୍ୟୁ ଅଭିଯୋଗ

ପୋଲିଓ ଟିକା ନେଇ ୨ ମାସର ଶିଶୁ ର ମୃତ୍ୟୁ ଅଭିଯୋଗ

ଖଇରା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ପୋଲିଓ ଟିକା ନେଇ ରଇଁତିରା ଗ୍ରାମର ରତ୍ନାକର ଷେଣ୍ଢଙ୍କ ୨ମାସର ପୁଅ ମୃତ୍ୟୁବରଣ କରିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି । ବୁଧବାର ପୂର୍ବାହ୍ଣ ୧୦ଟା ବେଳେ ଶ୍ରୀ ଷେଣ୍ଢଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ଷେଣ୍ଢ ତାଙ୍କର ୨ମାସର ଶିଶୁପୁତ୍ରକୁ ପୋଲିଓ ଟିକା ଦେବା ପାଇଁ ସ୍ଥାନୀୟ ରଇଁନ୍ତିରା ସ୍କୁଲକୁ ନେଇଥିଲେ । ଆଶାକର୍ମୀ ଜେମାମଣୀ ସ୍ୱାଇଁ ଓ ଅଙ୍ଗନବାଡ଼ି କର୍ମୀ ଅନୁପମା ରାଉତଙ୍କ ଉପସ୍ଥିତିରେ ଟିକା ଦିଆଯାଇଥିଲା । ଘରେ ଜ୍ୱର ହେବାରୁ ଏଏନ୍ଏମ୍ ଦୀପ୍ତିଲତା ଦାସଙ୍କୁ ଯୋଗାଯୋଗ କରି ଔଷଧ ଖାଇବାକୁ ଦେଇଥିଲେ । ମାତ୍ର ରାତି ୩ଟା ବେଳେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିଓ ଟିକା ନେଇ ୨ମାସର ଶିଶୁ ପୁତ୍ର ମୃତ୍ୟୁବରଣ କରିଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୮୭ ଜଣ ଶିଶୁ ଆକ୍ରାନ୍ତ – ୪ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *