Sunday , October 24 2021
Breaking News
Home / ବିଶେଷ / ପେନସନଭୋଗୀଙ୍କୁ ଘରେ ଥାଇ ମିଳିବ ଡିଜିଟାଲ ଜୀବନ ପ୍ରମାଣପତ୍ର

ପେନସନଭୋଗୀଙ୍କୁ ଘରେ ଥାଇ ମିଳିବ ଡିଜିଟାଲ ଜୀବନ ପ୍ରମାଣପତ୍ର

ନୂଆଦିଲ୍ଲୀ, ୨୨/୦୬/୨୦୧୯ (ଓଡ଼ିଶା ସମାଚାର /ପିଆଇବି): ପେନସନଭୋଗୀଙ୍କ ଜୀବନକୁ ସହଜ କରିବା ଲାଗି ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏକ ସମନ୍ୱିତ ଅଭିଯୋଗ କେନ୍ଦ୍ର ଓ କଲ ସେଂଟର ପ୍ରତିଷ୍ଠା କରାଯାଇଛି । ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି । ନୂଆ ସରକାର ଗଠନ ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ ବିଭାଗ ପକ୍ଷରୁ କରାଯାଇଥିବା ବଡ଼ ଘୋଷଣାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବୋଲି ଶ୍ରୀ ସିଂହ କହିଛନ୍ତି । ଏହାଦ୍ୱାରା ପେନସନଭୋଗୀଙ୍କ ଅଭିଯୋଗର ସମାଧାନ କରାଯାଇପାରିବ । ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନରେ ଏହି କେନ୍ଦ୍ର ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ କହିଥିଲେ ଯେ ପ୍ରତିବର୍ଷ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ବୟସ୍କ ତଥା ଅସୁସ୍ଥ ପେନସନଭୋଗୀମାନଙ୍କୁ ବ୍ୟାଙ୍କ ସାମ୍ନାରେ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା । ଏହାଦ୍ୱାରା ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ପେନସନଭୋଗୀଙ୍କୁ ଘରେ ଥାଇ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ କରିବାର କାର୍ଯ୍ୟ ବିଭାଗ ପକ୍ଷରୁ ୮ଟି ସହରରେ ପାଇଲଟ ମୋଡରେ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହି ସୁବିଧା ୮ରୁ ୨୦ଟି ସହରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଅତିରିକ୍ତ ସହରଗୁଡ଼ିକ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର ରହିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *