Thursday , September 28 2023
Home / ତାଜା ଖବର / ଧାଡ଼ିରେ ନଆସି ଚିକିତ୍ସା ପାଇଁ ପାଟକୁରା ଡ଼ାକ୍ତରଖାନାରେ ଗଣ୍ଡଗୋଳ

ଧାଡ଼ିରେ ନଆସି ଚିକିତ୍ସା ପାଇଁ ପାଟକୁରା ଡ଼ାକ୍ତରଖାନାରେ ଗଣ୍ଡଗୋଳ

ପାଟକୁରା,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଧାଡ଼ିରେ ଛିଡ଼ା ନହୋଇ ଆଗ ଡ଼ାକ୍ତରଙ୍କ ନିକଟରେ ପହଂଚି ଚିକିତ୍ସା ପାଇଁ ଯିବା ଘଟଣାକୁ କେନ୍ଦ୍ର କରି ଆଜି ପାଟକୁରା ଡ଼ାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନ ୧୧ ଟା ୧୫ ମିନିଟ୍ ରେ ପାଟକୁରା ଡ଼ାକ୍ତରଖାନାରେ ରୋଗୀ ସେବା ଚାଲିଥିଲା । ବହୁ ସଂଖ୍ୟକ ରୋଗୀ ଥିବାରୁ ଧାଡ଼ିରେ ଛିଡ଼ାହୋଇ ଡ଼ାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ ଓ ଚିକିତ୍ସା ସୁବିଧା ନେଊଥିଲେ ।  ଏହି ଧାଡ଼ିରେ ଛିଡ଼ାହୋଇନଥିବା ୩ ଜଣ ଯୁବକ  ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ପାଖକୁ ମାଡ଼ି ଆସିଥିଲେ ।  ଏବଂ ସେମାନଙ୍କୁ ଆଗ ଚିକିତ୍ସା କରିବା ପାଇଁ ଡ଼ାକ୍ତରଙ୍କୁ କହିଥିଲେ ।  ଆଉଟଡ଼ୋର ରେ ବସି ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର  ପ୍ରଶାନ୍ତ କୁମାର ଜେନା ସମ୍ପୃକ୍ତ ଯୁବକମାନଙ୍କୁ ବାରଣ କରିବା ସହିତ ଧାଡ଼ିରେ ଆସିବା ପାଇଁ କହିଥିଲେ । ମାତ୍ର ସମ୍ପୃକ୍ତ ଯୁବକମାନେ  ସେଠାରେ ପାଟିତୁଣ୍ଡ କରିବା ସହିତ  ଡ଼ାକ୍ତର ଜେନାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ଉତେଜନାମୂଳକ ପରିସ୍ଥିତି ଆଡ଼କୁ ଗତିକରୁଥିବାରୁ ଡ଼ାକ୍ତରଖାନା ପକ୍ଷରୁ ଏ ସମ୍ପର୍କରେ ପାଟକୁରା ଥାନାକୁ ଖବର ଦିଆଯାଇଥିଲା । ପୋଲିସ୍ ସଙ୍ଗେ଼୍ସଙ୍ଗେ ପାଟକୁରା ଡ଼ାକ୍ତରଖାନାରେ ପହଂଚି ଗଣ୍ଡଗୋଳ କରୁଥିବା ୩ ଜଣ ଯୁବକଙ୍କୁ ଥାନା୍କୁ ନେଇଯାଇଥିଲେ । ଓ ପୋଲିସ୍ ପ୍ରହରାରେ କିଛି ସମୟ ପାଇଁ ରୋଗୀ ସେବା ଚାଲିଥିଲା ।  ଏହି ଘଟଣା ଜଣାପଡ଼ିବା ପରେ  ସମ୍ପୃକ୍ତ ଯୁବକମାନଙ୍କ ମୁରବୀମ।।ନେ  ସନ୍ଧ୍ୟା ୬ ଟାରେ ପାଟକୁରା ଥାନାରେ ପହଂଚି ଡ଼ାକ୍ତର ଜେନା ଓ ଭାରାପ୍ରାପ୍ତ ଅଧିକାରୀ ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ ଙ୍କ ସହିତ  ଘଟଣାର ଆପୋଷ ସମାଧାନ କରିଥିଲେ ।  ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ଥିବାବେଳେ  ବହୁ ଦୂର ଦୂରାନ୍ତରୁ ଆସିଥିବା ରୋଗୀମାନେ ଚିକିତ୍ସା ସେବା ନପାଇ ଫେରିଯାଇଥିଲେ । ସମ୍ପୃକ୍ତ ଯୁବକ ମାନଙ୍କ ମଧ୍ୟରୁ ଜଣକ ଘର ପାଟକୁରା ନିକଟସ୍ଥ ଜଗଦଳପୁର ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଘର ପଦ୍ମପୁର ପଂଚାୟତରେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *