Monday , October 2 2023
Breaking News
Home / ତାଜା ଖବର / ଟ୍ରେନ ଧକ୍କାରେ ହାତୀ ମୃତ

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଢେଙ୍କାନାଳ ସଦର ରେଞ୍ଜ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କାଉଁରିଆପାଳ ପଶାସିଂହ ଗ୍ରାମ ନିକଟ କଇଁଥପୋଲିଆଠାରେ ଗୁରୁବାର ସକାଳେ ମାଲ ଗାଡ଼ି ଧକ୍କାରେ ଏକ ମାଈ ହାତୀ ପ୍ରାଣ ହରାଇଛି । ପଶାସିଂହ ଗ୍ରାମ ନିକଟ କଇଥପୋଲିଆଠାରେ ଏକ ହାତୀପଲ ରେଳ ଧାରଣା ପାର ହେଉଥିବା ବେଳେ ତାଳଚେରରୁ ଢେଙ୍କାନାଳ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଉକ୍ତ ହାତୀକୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଉକ୍ତ ହାତୀଟି ରେଳ ଧାରଣା ପାଶ୍ୱର୍କୁ ଖସିପଡ଼ି କିଛିଦୂର ଯିବାପରେ ସେଠାରେ ପ୍ରାଣ ହରାଇଥିଲା । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀ ମୃତ୍ୟର ତଦନ୍ତ କରିଛନ୍ତି । ବନ କର୍ମଚାରୀମାନେ ଶବ ବ୍ୟବଚ୍ଛେଦ କରାଇ ପାଖ ଜଙ୍ଗଲରେ ପୋତି ଦେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଏହି ହାତୀପଲରେ ୨ଟି ଦନ୍ତା ସହ ୨୦ଟି ହାତୀ ଥିଲେ । ଦନ୍ତା ସହ ଅନ୍ୟ ହାତୀ ପଲ ରେଳ ଧାରଣା ପାର ହୋଇଯାଇଥିବା ବେଳେ ଶେଷରେ ଆସୁଥିବା ମାଈ ହାତୀ କୁ ରେଳ ଇଞ୍ଜିନ ଧକ୍କା ଦେଇଥିଲା । ଏହି ହାତୀପଲ ବ୍ରାହ୍ମଣୀ ନଦୀ ପାଶ୍ୱର୍ରୁ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *