Wednesday , January 19 2022
Breaking News
Home / ରାଜନୀତି / କଂଗ୍ରେସ ବିଧାୟକ ଦଳ ବୈଠକ ୨୪ରେ

କଂଗ୍ରେସ ବିଧାୟକ ଦଳ ବୈଠକ ୨୪ରେ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବୈଠକ ଆସନ୍ତା ୨୪ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏନେଇ ଦଳର ଜଣେ ବରିଷ୍ଠ ବିଧାୟକ ସୂଚନା ଦେଇଛନ୍ତି । ଉକ୍ତ ବୈଠକ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ ଓ ଏହି ବୈଠକରେ ସର୍ବପ୍ରଥମେ ଦଳର ବିଧାୟକ ଦଳର ନେତା କିଏ ହେବେ ସେ ନେଇ ସର୍ବସମ୍ମତିକ୍ରମେ ନିଷ୍ପତିି ଗ୍ରହଣ କରାଯିବ । ଯଦିଓ ବରିଷ୍ଠତା ଭିତିିରେ ନରସିଂହ ମିଶ୍ର ଚଳିତଥର ମଧ୍ୟ କଂଗ୍ରେସ ବିଧାୟକ ଦଳର ନେତା ରହିବେ କିନ୍ତୁ ଏନେଇ ଖାଲି ଆଲୋଚନା ହେବ ବୋଲି ସମ୍ପୃୃକ୍ତ ବିଧାୟକ ଜଣଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଂଚିତ ହୋଇଛି । ଦଳର ମାତ୍ର ୯ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ତେବେ ବିଧାୟକ ଦଳ ବୈଠକରେ ରାଜ୍ୟ ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଘେରି ହେବ ସେ ନେଇ ଆଲୋଚନା କରାଯିବ ବୋଲି ସମ୍ପୃକ୍ତ ବିଧାୟକ ଜଣଙ୍କ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୫ ଜିଲା ପରିଷଦ ସଭ୍ୟଙ୍କ ନାମ ଘୋଷଣା କଲା କଂଗ୍ରେସ

କେନ୍ଦ୍ରାପଡ଼ା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା …

Leave a Reply

Your email address will not be published. Required fields are marked *