ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-ଏମ୍ବିବିଏସ୍ ଓ ବିଡିଏସ୍ ନାମ ଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୫ ତାରିଖ ରାତି୧୧.୫୯ ପର୍ଯ୍ୟନ୍ତ ଆବେଦନକାରୀ ଅନ୍ଲାଇନ୍ରେ ନାମ ପଞ୍ଜୀକରଣ କରିପାରିବେ । ଜୁନ୍ ୨୬ରେ ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କର ନାମ ପ୍ରକାଶ ପାଇବ । ଜୁନ୍ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା୫ ପର୍ଯ୍ୟନ୍ତ ନୋଡାଲ କେନ୍ଦ୍ରରେ ଡକ୍ୟୁମେଂଟ ଯାଂଚ କରାଯିବ । ଜୁଲାଇ ୧ ତାରିଖରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୧ ଓ ୨ ତାରିଖ ଦୁଇଦିନ ଧରି ଚୟସ୍ ଫିଲିଂ ଓ ଲକିଂ ପ୍ରକ୍ରିୟା ହେବ । ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟ ଆଲଟ୍ମେଂଟ ପ୍ରକାଶ ପାଇବ । ଜୁଲାଇ ୫ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ଜୁଲାଇ ୧୨ ତାରଖ ସନ୍ଧ୍ୟା ୫ଟା ସୁଦ୍ଧା ପିଲାମାନଙ୍କୁ ଯେଉଁ କଲେଜରେ ନାମଲେଖା ଲାଗି ଚୟନ କରାଯାଇଥିବ ସେମାନେ ସମ୍ପୃକ୍ତ କଲେଜରେ ଜଏନିଂ ରିପୋର୍ଟ ଦାଖଲ କରିବେ । ସେହିପରି ଜୁଲାଇ ୨୪ରେ ବଳକା ସିଟ୍ ଲାଗି ତାଲିକା ପ୍ରକାଶ ପାଇବ । ୨୬ ରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟ୍ମେଂଟ ପ୍ରକାଶ କରାଯିବ । ସେହିପରି ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ନାମଲେଖା ଚାଲିବ ବୋଲି ଓଜେଇଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର