Sunday , October 17 2021
Breaking News
Home / ବିଶେଷ /   ଉଚ୍ଚ ଅଧିକାରୀ ସ୍ତରରେ ଅଦଳ ବଦଳ – ସମର୍ଥ ବର୍ମା କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ନିଯୁକ୍ତ

  ଉଚ୍ଚ ଅଧିକାରୀ ସ୍ତରରେ ଅଦଳ ବଦଳ – ସମର୍ଥ ବର୍ମା କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ନିଯୁକ୍ତ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟ ସରକାର ଶୁକ୍ରବାର  ଉଚ୍ଚସ୍ତରର ଅଧିକାରୀଙ୍କ  ମଧ୍ୟରେ  ଏକ ଅଦଳ ବଳଦ କରିଛନ୍ତି । ଏହି ଅଦଳ ବଦଳରେ କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲା ଙ୍କୁ ବଦଳି କରାଯାଇ ସାମଜୀକ ସୁରକ୍ଷା ଓ ମିଶନ ଶକ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି  ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଛି । ସେହିପରି ଅର୍ଚ୍ଚନା ପଟ୍ଟନାୟକ ଉଠା ଜଳସେଚନ ର ପରିଚାଳନା ନିର୍ଦ୍ଦେଶକ ଓ କେ ସୂଦର୍ଶନ ଚକ୍ରବର୍ତି ଙ୍କୁ ବାଲେଶ୍ୱର ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ନିର୍ମଳ ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲପାଳ ଭାବେ ଅବସ୍ଥାପିତ କରାଯାଇଛି ।  ଅନନ୍ୟା ଦାସ ଙ୍କୁ ସିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।  ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଜିଲାପାଳ ଓ ପୋମା ଟୁଡ଼ୁଙ୍କୁ କୋରାପୁଟ ଜିଲାପାଳ ଭାବେ ବଦଳି କରାଯାଇଛି । ସେହିପରି  ଦାଶରଥି ସତପଥି ଙ୍କୁ ବିଧାନ ସଚିବ ଦାୟିତ୍ୱ ଦିଆଯାଇଥିବାବେଳେ  ଜ୍ୟୋତିରଂଜନ ପ୍ରଧାନ ଙ୍କୁ ଝାରସୁଗୁଡ଼ା ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।  ସେହିପରି  ସିତାଂଶୁ କୁମାର ରାଉତ ଙ୍କୁ ଖୋର୍ଦ୍ଦା ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମଧୁସ୍ମିତା ସାହୁଙ୍କୁ ନୂଆପଡ଼ା ଜିଲାପାଳ, ନୀରଂଜନ ସାହୁଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ  ଭାବେ ନିଯିକ୍ତି ଦିଆଯାଇଛି ।  ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *