Friday , October 29 2021
Home / ତାଜା ଖବର / ଲଜ୍ ରୁ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଲଜ୍ ରୁ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, ୨୦/୦୬/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜ୍ ରୁ ଜଣେ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାମ ଗୋକୁଳାନନ୍ଦ ଭୋଇ । ଭିତରୁ ବନ୍ଦ ଥିବା ଲଜ୍ ର ଏକ ରୁମ୍ ରୁ ଦୁର୍ଗନ୍ଧ ବାହାରିବାରୁ ଏହାର ମ୍ୟାନେଜର୍ ଥାନାକୁ ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗି ମୃତଦେହ ଜବତ କରିଛି । ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବର୍ତମାନ ସୁଦ୍ଧା ଗୋକୁଳାନନ୍ଦଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ବୌଦ୍ଧ ଜିଲ୍ଲା ଜଙ୍ଗଲ ବିଭାଗର କର୍ମଚାରୀ ଗୋକୁଳାନନ୍ଦ ଭୋଇ ଚିକିତ୍ସା ହେବା ନିମନ୍ତେ ଗତ ୭ ତାରିଖରେ ବଲାଙ୍ଗିର ଆସିଥିଲେ । ସେ ସେହି ଲଜ୍ ର ରୁମ୍ ନଂ ୫ ରେ ରହୁଥିଲେ । ଏପରିକି ଗତ ୧୬ ତାରିଖ ପର୍ଯ୍ୟନ୍ତ ସେ ଠିକଠାକ୍ ଥିଲେ ବୋଲି ଲଜ୍ ର ମ୍ୟାନେଜର କହିଛନ୍ତି । ହେଲେ ୧୭ ତାରିଖ ଠାରୁ ସେ ରୁମ୍ ର କବାଟ ଖୋଲିନଥିଲେ । ସମ୍ପୃକ୍ତ କୋଠରୀରୁ ଦୁର୍ଗନ୍ଧ ବାହାରିବାରୁ ମ୍ୟାନେଜରଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେ ଏ ବାବଦରେ ଟାଉନ୍ ଥାନାକୁ ଖବର ଦେଇଥିଲେ । ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ କିପରି ଓ କେଉଁ ପରିସ୍ଥିତିରେ ଗୋକୁଳାନନ୍ଦଙ୍କ ମୃତ୍ୟୁ ହେଲା ସେନେଇ ଅଧିକ ଛାନଭିନ୍ ଚଳାଇଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *