ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଗତ ୧୭ ତାରିଖରେ ଜମ୍ମୁକାଶ୍ମୀର ଠାରେ ଢ଼େଙ୍କାନାଳ ଜିଲା କାମାକ୍ଷାନଗର ବଡ଼ସୁଆଳ ଗ୍ରାମର ଅଜିତ କୁମାର ସାହୁ ସହିଦ ହୋଇଥିଲେ । ଆଜି ତାଙ୍କ ମର ଶରୀର ଆସିି ପହଂଚିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆତଙ୍କି ମାନଙ୍କ ଏହି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସହିଦ ଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର