Tuesday , December 7 2021
Breaking News
Home / ବିଶେଷ / ଶିଶୁର ଚିକିତ୍ସା ପାଇଁ ବାପା ଅସହାୟ

ଶିଶୁର ଚିକିତ୍ସା ପାଇଁ ବାପା ଅସହାୟ

ଜୟପାଟଣା,୧୯/୦୬/୨୦୧୯ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିରିକୋଟ ଗ୍ରାମରେ ରାଜେନ୍ଦ୍ର ନାଏକଙ୍କ ୬ ମାସ ଶିଶୁର ଜନ୍ମ ରୁ ପିଠିରେ ଏକ ମାଂସ ପିଣ୍ଡୁଳା ବଢିବାରେ ଲାଗିଛି । ଅର୍ଥ ଅଭାବରୁ କୋମଳମତି ଶିଶୁର ଚିକିତ୍ସା ହୋଇପାରୁନାହିଁ । ଶିଶୁର ଚିକିତ୍ସା ପାଇଁ ରାଜେନ୍ଦ୍ର ଶିଶୁକୁ କଟକ ବଡମେଡିକାଲ ନେଇଥିଲେ କିନ୍ତୁ ଡାକ୍ତର ଶିଶୁର ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି କହିବାରୁ ଅର୍ଥ ଅଭାବରୁ ନିରାଶ ହୋଇ ଘରକୁ ଫେରାଇ ଆଣିଛନ୍ତି । ରାଜେନ୍ଦ୍ରଙ୍କ ପାଇଁ ଏତେଟଙ୍କା ସାତ ସପନ । ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଦିନ ମଜୁରୀ କରନ୍ତି ଓ ପରିବାର ଭରଣ ପୋଷଣ କରନ୍ତି । ରାଜେନ୍ଦ୍ର ଶିଶୁର ଚିକିତ୍ସା ସହାୟତା ପାଇଁ ସରକାରଙ୍କ ପାଖରେ ଆବେଦନ କରିଛନ୍ତି । ସରକାରଙ୍କ ଚିକିତ୍ସା ପାଣ୍ଠିରୁ ରାଜେନ୍ଦ୍ରଙ୍କୁ ସହାୟତା ରାଶି ପ୍ରଦାନ କରାଗଲେ ଶିଶୁର ଜୀବନ ବଂଚିଯିବବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶକରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *