Wednesday , June 29 2022
Breaking News
Home / ବିଶେଷ / ଲକ୍ଷ୍ୟ ଠାରୁ ଅନେକ ଦୂରରେ ମକ୍ ଡ୍ରିଲ୍ ବ୍ୟବସ୍ଥା, ଅବ୍ୟବସ୍ଥିତ ବାତ୍ୟା ଆଶ୍ରୟସ୍ଥଳ   

ଲକ୍ଷ୍ୟ ଠାରୁ ଅନେକ ଦୂରରେ ମକ୍ ଡ୍ରିଲ୍ ବ୍ୟବସ୍ଥା, ଅବ୍ୟବସ୍ଥିତ ବାତ୍ୟା ଆଶ୍ରୟସ୍ଥଳ   

ପାଟକୁରା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ  ଆଜି ପାଟକୁରା ଅଂଚଳରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରଶାସନଙ୍କ ପକ୍ଷରୁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଲକ୍ଷ୍ୟ ଠାରୁ ବହୂ ଦୂରରେ ବୋଲି ଅଂଚଳର ବୁଦ୍ଧିଜିବୀମହଲରେ ଚର୍ଚ୍ଚା ହେଉଛି । ଅଂଚଳରେ ଥିବା ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ସର୍ବ ନିମ୍ନ ସୁବିଧା ନାହିଁ । ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପାଇଁ ଉଦ୍ଧିଷ୍ଟ ସରଞ୍ଜାମଗୁଡିକ କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ଖତ ଖାଉଛି ତ କେଉଁଠି  ଅଚଳ ହୋଇ ପଡିଲାଣି । ଏହି ସବୁ ପାଇଁ ନିୟମିତ ତଦାରଖ ଓ ପରିଚାଳନାରେ ଆନ୍ତରିକତାର ଅଭାବ ରହିଥିବାର ପରିଲକ୍ଷିତ ହେଉଛି । କେଉଁ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି କିପରି ରହିଛି ସେ ସମ୍ପର୍କରେ ସେସୁ, ଆରଡବ୍ଲ୍ୟଏସ୍ଏସ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ରିପୋର୍ଟ ଜିଲା ଜରୁରୀ କାଳିନ ବିଭାଗରେ ପହଂଚିବାରେ ବିଳମ୍ବ ହେଉଛି । ଫଳରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ରହିଥିବା ଅବ୍ୟବସ୍ଥା ଦୂର ହୋଇ ପାରୁ ନାହିଁ ବୋଲି ଜଣାଯାଇଛି । ଆଜି ବେଡାରୀ ଠାରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଔପଚାରିକତା ଦୃଷ୍ଟିରୁ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇଛି । ମାତ୍ର ଏହା ଲକ୍ଷ୍ୟ ଠାରୁ ବହୂ ଦୂରରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମକ୍ଡ୍ରିଲ୍ ବ୍ୟବସ୍ଥା ପାଇଁ ସ୍ୱଳ୍ପ ପରିମାଣର ଅର୍ଥର ବ୍ୟବସ୍ଥ୍ା କରାଯାଇଛି,ଯାହା କି ଏହି ସ୍ୱଳ୍ପ ପରିମାଣର ଅର୍ଥରେ କି ପ୍ରକାର ସଚେତନତା ସୃଷ୍ଟି କରାଯାଇ ପାରିବ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବାତ୍ୟା ଓ ବନ୍ୟା ପ୍ରବଣ ଗରଦପୁର ବ୍ଳକ ଅଂଚଳରେ ୪ ଗୋଟି ବହୂମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ୧୯୯୯ମହାବାତ୍ୟା ପରେ ବେଡାରୀ, କୋରୁଆ, ଧାନମଣ୍ଡଳ ଓ ନୈନ୍ଦିପୁର ଠାରେ ୪ଗୋଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରା ଯାଇଛି । ପ୍ରତିବର୍ଷ ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ଆଶ୍ରୟସ୍ଥଳୀମାନଙ୍କରେ ମ୍ଗ ଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇ ଆସନ୍ନ ବାତ୍ୟା,ବନ୍ୟା ଭଳି ଦୁର୍ବିପାକ ସମୟରେ ସ୍ୱେଛାସେବୀମାନେ କିପରି ଭାବରେ ଏହାକୁ ମୁକାବିଲା କରିପାରିବେ ଓ ବିପନ୍ନମାନଙ୍କୁ ଉଦ୍ଧାରକରି ବାତ୍ୟା ଆଶ୍ରୟ ସ୍ଥଳୀ ମାନଙ୍କୁ ଆଣି ପାରିବେ ସେ ନେଇ ଏଠାରେ ଅଭ୍ୟାସ କରାଯାଇଥାଏ । ତେବେ ଏ ସବୁ କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଆଲୋଚନା ହେଉଛି । ଗତ୬ବର୍ଷ ହେଲା ବେଡାରୀ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ସରଞ୍ଜାମ ଗୁଡିକର ମରାମତି କରାଯାଉ ନାହିଁ । ଏହି ଆଶ୍ରୟସ୍ଥଳୀରେ ରହିଥିବା ଜେନେରେଟ୍ର ରକ୍ଷଣାବେକ୍ଷା ଅଭାବରୁ ପଡି ନଷ୍ଠଆଡକୁ ଗତି କରୁଥିବାବେଳେ, ଆକାଶ ଲାଇଟ୍ ,ଡ୍ରମ୍, ବାସନ କୁସନ, ଲାଇଫ୍ ଜାକେଟ୍, ଫିଲଟର, ଟର୍ଚ୍ଚ, ସାଇରନ୍ ଓ ହ୍ୟାଣ୍ଡ ମାଇକ୍ ଆଦି ସରଞ୍ଜାମଗୁଡିକର ମରାମତି କରାଯାଉ ନାହିଁ କି ରକ୍ଷଣାବେକ୍ଷଣା କରାଯାଉ ନାହିଁ । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ମାତ୍ର ଆଜି ବେଡାରୀ ଠାରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନଙ୍କ ପକ୍ଷରୁ ମକ୍ ଡ୍ରିଲ୍ କାର୍ଯ୍ୟ୍ରକମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନଇନ୍ଦିପୁର ଠାରେ ଥିବା ଅଗ୍ନିଶମ ବିଭାଗର କର୍ମକର୍ତାମାନେ ଉପସ୍ଥିତ ରହି ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ କିପରି ଉଦ୍ଧାର କରାଯିବ ସେ ନେଇ ବିଭିନ୍ନ ପ୍ରକାରର କୌଶଳମାନ ପ୍ରଦର୍ଶନ କରିଥିଲେ । ଏହି  ଅବସରରେ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ,ସ୍ୱେଛାସେବୀ ନରୋତମ ପରିଡା,ନଇନ୍ଦିପୁର ଅଗ୍ନିଶମ ବିଭାଗର ଅଧିକାରୀ ଆଶିଷ୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା,ବନ୍ୟା ଭଳି ଦୁର୍ବିପାକ ସମୟରେ କିପରି ବିପନ୍ନମାନେ ଉଦ୍ଧାର ହୋଇ ବତ୍ୟା ଆଶ୍ରୟସ୍ଥଳୀରେ ପହଂଚି ପାରିବେ ସେ ନେଇ ଆଲୋଚନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ରଥ ଯାତ୍ରା ଆଉ ଦୁଇଦିନ – ବ୍ରହ୍ମ ତାଳଧ୍ୱଜ ରଥର କପଡ଼ା ତିଆରିରେ ନିମଗ୍ନ ଦରଜୀ ସେବକ

କେନ୍ଦ୍ରାପଡା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ପରି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ତୁଳସୀ କ୍ଷେତ୍ରର ସିଦ୍ଧ …

Leave a Reply

Your email address will not be published. Required fields are marked *