Friday , September 22 2023
Breaking News
Home / ବିଶେଷ / ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକ ଡ଼୍ରିଲ

ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକ ଡ଼୍ରିଲ

ରଘୁନାଥପୁର,୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା  ସମ୍ପର୍କିତ ମକଡ଼୍ରିଲ ଅନୁଷ୍ଠିତ ହୋଇ ଯାଇଛି । ଏବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ,  ଏବିଇଓ ନରହରି ମିଶ୍ର, ଡ଼ବ୍ଲ୍ୟୁଇଓ ସନ୍ତୋଷ କୁମାର ପଣ୍ଡା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ଃ ପ୍ରଭାସ ଚନ୍ଦ୍ର ସ୍ୱାଇଁ,ପୋଲିସ୍ ଏସଆଇ ଚିନ୍ମୟ ରଂଜନ ପାଣି, ଅଗ୍ନିଶମ ବିଭାଗ ସୁରେଶ କୁମାର ବାରିକ ଙ୍କ ନେତୃତ୍ୱରେ  ୬ ଜଣିଆ ଟିମ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ  ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।  ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ଆସିବାର ଯଥେଷ୍ଟ ପୂର୍ବରୁ ଓ ପରେ କି ପ୍ରକାର କାର୍ଯ୍ୟ କରିବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।  ବିଶେଷ କରି ବାର୍ଷିକ ସଚେତନତା,ସ୍ଥାନାନ୍ତର ପ୍ରକ୍ରିୟା, ସର୍ଚ ଅପରେସନ୍, ଉଦ୍ଧାର କାର୍ଯ୍ୟ  କରିବା ସହିତ  ପ୍ରାଥମିକ ଚିକିତ୍ସା ସହାୟତା ,ଆନୁସାଙ୍ଗିକ ଯନ୍ତ୍ରପାତି ସଜାଗ ରଖିବା  ଓ ରିଲିଫ ପ୍ରଦାନ ସମ୍ପର୍କରେ  ପଂଚାୟତ ପ୍ରତିନିଧି,  ଅଙ୍ଗନୱାଡ଼ି କର୍ମୀ  ଓ ସହାୟିକାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ  ଗ୍ୟାସ ସିଲିଣ୍ଡର ନିଆଁ ରୁ  ରକ୍ଷା ପାଇବାର ଉପାୟ  ଏବଂ ସର୍ବୋପରେ ଧର୍ଯ୍ୟର ସହିତ କିପରି ବିପର୍ଯ୍ୟୟକୁ ମୁକାବିଲା କରିବା ସେ ସମ୍ପର୍କରେ ବୁଝାଇଥିଲେ ।  ବାତ୍ୟା ଓ ବନ୍ୟା ଆସିଲେ  ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ,  ଆଲୋକିକରଣ, ପ୍ରାଥମିକ ଚିକିତ୍ସା ସୁବିଧା ତୁରନ୍ତ ଉପଲବ୍ଧ କରାଇବା ପାଇଁ ପଂଚାୟତ ପ୍ରତିନିଧି ମାନଙ୍କୁ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ସରପଂଚ ସୂର୍ଯ୍ୟ ନାରାୟଣ ନାୟକ, ବିଜୟ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ , ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *