Saturday , May 28 2022
Breaking News
Home / ତାଜା ଖବର / ପିକଅପ୍ ଭ୍ୟାନ୍ ଧକାରେ ବାଇକ୍ ଚାଳକ ମୃତ

ପିକଅପ୍ ଭ୍ୟାନ୍ ଧକାରେ ବାଇକ୍ ଚାଳକ ମୃତ

 

ରଘୁନାଥପୁର,୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ  କଟକ- ପାରାଦୀପ ରାସ୍ତା ରଘୁନାଥପୁର ଥାନା ଠାରୁ ୨୦୦ ମିଟର ଦୂରରେ ଏକ ପିକଅପ୍ ଭ୍ୟାନ୍ ଧକାରେ ଜନୈକ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି ।  ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଚାନ୍ଦପୁର ଗ୍ରାମର  ମନୋଜ କୁମାର ସ୍ୱାଇଁ (୪୨) ।  ମନୋଜ ନିଜ କାମ ସାରି କଟକରୁ ଘରକୁ ଫେରୁଥିଲେ । ହଠାତ ବିପରିତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ତାଙ୍କୁ ସମ୍ମୁଖରୁ ଧକା ଦେଇଥିଲା । ଫଳରେ ମନୋଜ ତଳେ ପଡ଼ି କ୍ଷତାକ୍ତ ହେବା ସହ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ଏସଆଇ ଚିନ୍ମୟ ରଂଜନ ପାଣି , ଏଏସଆଇ ପ୍ରମୋଦ କୁମାର ସାହୁ ତୁରନ୍ତ ତାଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକ ଆଜି ସକାଳ ୮ ଟାରୁ ମେଡ଼ିକାଲ ଛକରେ ପରିବାରକୁ ସହାୟତା ଦାବିକରି କଟକ- ପାରାଦୀପ ରାସ୍ତା ଅବରୋଧ କରିଥିଲେ । ରଘୁନାଥପୁର ପୋଲିସ୍ ଲୋକଙ୍କୁ ବୁଝାସୁଝା କରିବା ପରେ ଅଧଘଂଟା ପରେ ରାସ୍ତା ଅବରୋଧ ହଟିଥିଲା । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *