ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପତଞ୍ଜଳୀ ଯୋଗପୀଠ, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା ଦ୍ୱାରା “୫ମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ” ତା ୨୧.୦୬.୨୦୧୯ରିଖ (ଶୁକ୍ରବାର) ଦିନ ପ୍ରାତଃ ଘ.୫.୧୫ମି ଠାରୁ ଘ.୭.୩୦ମି. ମଧ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ପ୍ରାୟୋଜିତ ପ୍ରୋଟକଲ୍ ଆଧାରରେ, ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ସାମ୍ନା କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ପାଳନ କରାଯିବ । ଏହି ସମାରୋହରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜା ଉପସ୍ଥିତ ରହିବେ ବୋଲି ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଭାରତ ସ୍ୱାଭିମାନ ପ୍ରଭାରୀ ଶ୍ରୀ ସୁଧାଂଶୁ ଶେଖର ଅଧିକାରୀ ପରିଚାଳନା କରିବେ ।
ଏଣୁ ଏହି ପବିତ୍ର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ୍ ହୋଇ ଯୋଗ ମାଧ୍ୟମରେ ସୁସ୍ଥ ବିଶ୍ୱ ପରିକଳ୍ପନାକୁ ସାକାର କରିବାପାଇଁ ଖୋର୍ଦ୍ଧା ଜିଲ୍ଲା ପତଞ୍ଜଳୀ ପ୍ରଭାରୀ ଶ୍ରୀ ସୀତାକାନ୍ତ ପଣ୍ଡା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର