ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଚଳିତ ବର୍ଷର ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ରେଜଲ୍ଟ ପୁସ୍ତିକାକୁ ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉନ୍ମୋଚନ କରିଛନ୍ତି । ଏମବିଏ ରେ ପ୍ରଦୀପ କୁମାର କମ୍ପ ଟପର ହୋଇଥିବାବେଳେ ଏମସିଏ ରେ ସ୍ମିତାରାଣୀ ଚୌଧୁରୀ ଟପର ହୋଇଛନ୍ତି । ସେହିପରି ଏମଟେକ ରେ ପ୍ରଦୀପ କୁମାର ବାରିକ ଟପର ହୋଇଥିବାବେଳେ ଏମଫାର୍ମା ରେ ଅତ୍ୟୁମାଲା ଚକ୍ରବର୍ତୀ ଟପର ହୋଇଥିବାବେଳେ ସମୀର କୁମାର ପାଢ଼ୀ ବି ଫାର୍ମାରେ ଟପର ହୋଇଛନ୍ତି । ଓଡ଼ିଶା ସମାଚାର