Monday , September 25 2023
Breaking News
Home / ତାଜା ଖବର / ଅଙ୍ଗନୱାଡ଼ି ଛତୁଆ ଚୋରାରେ ବିକ୍ରି ଅଭିଯୋଗ

ଅଙ୍ଗନୱାଡ଼ି ଛତୁଆ ଚୋରାରେ ବିକ୍ରି ଅଭିଯୋଗ

ଧରା ପଡ଼ିଲେ ଯୁବକ
ସାଲେପୁର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) : ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୃଷ୍ଟିକର ଛତୁଆ ଯୋଗାଉଥିବା ବେଳେ ତାହା ସଠିକ୍ ଭାବରେ ହିତାଧିକାରୀଙ୍କ ନିକଟରେ ପହଂଚୁ ନ ଥିବା ଅଭିଯୋଗ ହେଉଥିବା ବେଳେ ଖୋଦ କଟକ ଜିଲ୍ଲାର ସାଲେପୁର ବ୍ଲକ୍ ର ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଛତୁଆ ଚୋରାରେ ବିକ୍ରି ହେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛି । ପରେ ଗ୍ରାମବାସୀଙ୍କ ପକ୍ଷରୁ ସାଲେପୁର ଥାନା ଅଧିକାରୀ ଓ ସାଲେପୁର ସିଡ଼ିପିଓ ଙ୍କ ଠାରେ ଲିଖିତ ଅଭିଯୋଗ ହେବା ପରେ ସାଲେପୁର ପୋଲିସ୍ ଏହି ଛତୁଆ ଚୋରାରେ ବିକ୍ରି ଅଭିଯୋଗରେ ଜଣକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଗତକାଲି ରାତିରେ ନଈଗୁଆଁ ପଂଚାୟତ ନଈଗୁଆଁ ଗ୍ରାମର ୧ନଂ ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି ୱାର୍କର ଘର ଖୋଲି ଛତୁଆ , ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀକରି ନେଇଯିବା ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ଧରିଥିଲେ । ତେବେ ଅଙ୍ଗନୱାଡ଼ି ୱାର୍କର କୈାଶଳରେ ସେଠାରୁ ଖସିଯାଇଥିବା ବେଳେ ଏହି ଚୋରା ଛତୁଆ କିଣିବାକୁ ଆସିଥିବା ମହନାପୁର ଗ୍ରାମର ସରୋଜ ମିଶ୍ରଙ୍କୁ ଗ୍ରାମବାସୀମାନେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ଏହି ଘଟଣା ଯୋଗୁ ସ୍ଥାନୀୟ ଅଂଚଳରେ ତିବ୍ର ଉତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ସାଲେପୁର ଥାନା ଆଇ.ଆଇ.ସି. ଓ ସାଲେପୁର ବ୍ଳକ୍ ସିଡ଼ିପିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୋଲିସ୍ ଅଟକ ଯୁବକକୁ ପଚରା ଉଚରା କରିବା ସହ ଘଟଣା ବିଷୟରେ ଛାନଭିନ୍ କରୁଛି । ଅଙ୍ଗନୱାଡ଼ି ୱାର୍କର ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନଈଗୁଆଁ ପଂଚାୟତ ସରପଂଚ ପ୍ରମୋଦ କୁମାର ରାଉତ, ଗୀତାଞ୍ଜଳି ମହାନ୍ତି, ଲୋଚନି ମଲ୍ଲିକ୍, ଭାରତି ମହାନ୍ତି, ସୁକାନ୍ତୀ କାଣ୍ଡୀ, କାଂଚନ ମଲ୍ଳିକ୍, ଅନ଼ୱାର ବିବି, ସୁମିତ୍ରା ଭୋଇ, ପ୍ରମିଲା ମଲିକ୍, ରଶ୍ମିରେଖା ମହାନ୍ତି, ରଂଜିତା ମହାନ୍ତିଙ୍କ ସହ ଗ୍ରାମର ଅର୍ଦ୍ଧଶତାଧିକ ପୁରୁଷ ଓ ମହିଳା ଅଭିଯୋଗରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *