Wednesday , October 4 2023
Breaking News
Home / ବିଶେଷ / ସିନେ୍ଧକେଲା ରେ ଶ୍ରୀ ଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମା

ସିନେ୍ଧକେଲା ରେ ଶ୍ରୀ ଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମା

 

ବଙ୍ଗୋମୁଣ୍ଡା,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଓ ଓ ସଧିବାମନ ମନ୍ଦିର ରେ ମହାପ୍ରଭୂ ଙ୍କ ସ୍ନାନ ଯାତ୍ରା ତା ଦେବସ୍ନାନ ପୂର୍ଣ୍ଣିମା   ସୋମବାର ସନ୍ଧ୍ୟା ୫ ଟାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ସ୍ନାନ ମଣ୍ଡପ ରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ,ବଳଭଦ୍ର,ସୁଭଦ୍ରା ଙ୍କୁ ପହଣ୍ଡି କରି ବିଭିନ୍ନ ମହୋଷଧିୟ ସୂଭାଷିତ କଳ ରେ ସ୍ନାନ କରାଯାଇଥିଲା । ପୂଜାକର୍ତା ଭାବେ ରାଜା ଅରୁଣ ସିଂଦେଓ ଦାୟିତ୍ୱ ନେଇଥିବା ବେଲେ ପୂଜକ ଭାବେ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ,ଉମାଶଙ୍କର ତ୍ରିପାଠୀ,ରାମଚନ୍ଦ୍ର ତ୍ରିପାଠୀ,ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମନ୍ତ୍ରପାଠ ଓ ପୂଜାର୍ଚ୍ଚନା କରିଥିଲେ । ଏହି ଅବସର ରେ ସଂକୀର୍ତନ ସହ ଘଂଟ ଶଙ୍ଖ ହୁଲହୁଲି ଦିଆଯାଇଥିଲା । କାର୍ଯ୍ୟକ୍ରମ ରେ କମିଟୀ ର ସଭାପତି ଉମାକାନ୍ତ ସାହୁ,ସମ୍ପାଦକ ଅନୀଲ ତ୍ରିପାଠୀ, ସମିତି ସଭ୍ୟ ଧନୁ ଥନାପତି, ଥାନାଧିକାରୀ ରଞ୍ଜନ ବରିହା, ବରିଷ୍ଠ ସମାଜସେବୀ କରମଚାନ୍ଦ ଜୈନ, ବିପିନ ପଣ୍ଡା. ବଣିକ ସଂଘ ସଭାପତି ସରୋଜ ସରୋଜ ଜୈନ, ସହ ସଂପାଦକ ସୁବୋଧ ପାଢୀ, ତପନ ଚନ୍ଦା, ଅଗ୍ରୱାଲ ସଭା ପୂର୍ବତନ ସଭାପତି ମୁନିରାମ ଜୈନ,ଯୁବକ ପରିଷଦ ର ପୂର୍ବତନ ସଭାପତି କମଳ ଜୈନ, ଲଲିତ ଜୈନ, ବିମଲ ଜୈନ, ଓମ ସାହୁ ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *