ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ଦେଢ଼କୋଟି ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଓଡ଼ିଶା ସମାଚାର