କୋରାପୁଟ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ୨୬ ନମ୍ବର ଜାତୀୟ ରାଜପଥ ର ଜୟପୁର ବୋରିଗୁମା ଅଂଚଳର ମଝିଆ ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ବୋରିଗୁମା ହସପିଟାଲ ରେ ଭର୍ତି କରାଯାଇଛି । ବସ୍ ଟି ବ୍ରହ୍ମପୁର ଯାଉଥିଲା । ଓଡ଼ିଶା ସମାଚାର