Friday , May 27 2022
Breaking News
Home / ରାଜନୀତି / ଯୁବ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଯୁବ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମହମବତୀ ଶୋଭାଯାତ୍ରା

 

କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଯୁବ ବିଜେଡି ସଂଖ୍ୟାଳଘୁ ସେଲ ପକ୍ଷରୁ ଟ୍ୟୁଙ୍କିଲ ଶର୍ମାଙ୍କ ମୃତ୍ୟୁରେ  ଓ ଏୟାରକ୍ରାଫ୍ଟରେ ମୃତ୍ୟୁ ବରଣ କରିଥିବା ୧୪ଜଣ ସୈନିକଙ୍କ ସ୍ମୃତିରେ ଯୁବ ବିଜେଡି ସଂଖ୍ୟାଳଘୁ ସେଲ ସଭାପତି ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ନଜୱାନ ୟୁନିଅନ କାର୍ଯ୍ୟାଳୟ ନିକଟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଏଭଳି ଜଘନ୍ୟ କାର୍ଯ୍ୟରେ ଜଡିତଙ୍କୁ କଠୋର ଦଣ୍ଡବିଧାନ ନିମନ୍ତେ ଦାବି କରାଯାଇଥିଲା । ଏଥିରେ ଅବରାର ଖାନ, ସେକ ସଲାଉଦ୍ଦିନ, ନଇମ ଖାନ, ଅବଦୁଲ ମଜିଦ, ମହମ୍ମଦ ମୁଜାହିଦ୍ଦିନ, ଆସିଫ ଖାନ, ସେକ ଇମରାନ, ସେକ ନସିରୁଦ୍ଦିନ, ଏନାମୁଲ ହକ, ଇସମାଇଲ ଖାନ, ସେକ ପ୍ରୀତମ, ସେକ ମତିନ, ହାପି ସେଖ, ଅବଦୁଲ ମଜିଦ, ସେକ ଅନସ, କୟାସ ଖାନ, ସେକ କଲିମ, ସେକ ଇସା, ସେକ ସୁଫିୟାନ, ସେକ ମୁକ୍ତାର, ସେକ ନସିମୁଦ୍ଦିନ, ସେକ ପରବେଜ, ସେକ ଜାକିର, ସେକ ନୁରୁଦିନ, ସେକ ନିୟାଜଉଦ୍ଦିନ, ଅବଦୁଲ ଜବାର, ପଦ୍ମନାଭ ସାହୁ, ସେକ ମସଗୁଲ, ସେକ ଅଗଇଲ୍ୟା, ଅଭ ଖାନ, ଟୁନା ସାହୁ, ସେକ ଆବିଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିବାଜୀ ପଟ୍ଟନାୟକଙ୍କ ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …

Leave a Reply

Your email address will not be published. Required fields are marked *