Friday , September 22 2023
Breaking News
Home / ବିଶେଷ / ମଧୁବାବୁ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ

ମଧୁବାବୁ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ

ସାଲେପୁର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ସାଲେପୁର ତହସିଲ ପରିସରରେ ପ୍ରଥମ କରି ସାଲେପୁର ବିଧାୟକ ପ୍ରଶାନ୍ତକୁମାର ବେହେରାଙ୍କଦ୍ାରା ମଧୁବାବୁ ଆଇନ ସହାୟତା କେନ୍ଦ୍ରକୁ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଗରିବ ଜନସାଧାରଣଙ୍କୁ ଆଇନ ସହାୟତା ଯୋଗାଇଦେବାକୁ ଆଇନ୍ଜୀବୀମାନେ ଉଦ୍ୟମ କରନ୍ତୁ । ସାଧାରଣ ଲୋକଙ୍କ ପାଖରେ ଆଇନସେବା ପହଂଚି ପାରିଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରେଭିନ୍ୟୁ କୋର୍ଟ ବାର୍ ଆସୋସିଏସନ ସଭାପତି ଆଡ଼ଭୋକେଟ ସନ୍ତୋଷକୁମାର କର, ସମ୍ପାଦକ ସୁରେନ୍ଦ୍ରନାଥ ପରିଡ଼ା, ଜ୍ୟୋର୍ତିମୟ ସାମଲ, ଶଶାଙ୍କଶେଖର ଖୁଂଟିଆ, ରାମଚନ୍ଦ୍ର ଲେଙ୍କା, ଗଗନବିହାରୀ ମହାପାତ୍ର, ଅକ୍ଷୟ ବେହେରା, ହୃଷିକେଶ ବେହେରା, ପ୍ରଦିପ୍ତକୁମାର ପ୍ରଧାନ, କ୍ଷୀରୋଦଚନ୍ଦ୍ର ପତି, ଦେବେନ୍ଦ୍ରକୁମାର ମହାପାତ୍ରଙ୍କ ସମେତ ସମସ୍ତ ଆଇନଜୀବୀ ଓ ମୋହରିର ଓ ଟାଇପିଷ୍ଟମାନେ ଉପସ୍ଥିତ ରହି ବିଧାୟକଙ୍କୁ ସ୍ାଗତ ଜଣାଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥିରୂପେ ସାଲେପୁର ବ୍ଳକ ଉପାଧ୍ୟକ୍ଷ ରମେଶଚନ୍ଦ୍ର ଜେନା ବିଧାୟକଙ୍କ ସହ ଉପସ୍ଥିତ ରହି ଆଇନଜୀବୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ପ୍ରଦାନ କରି ଅନୁଷ୍ଠାନର ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *