ରାଜକନିକା,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜକନିକା ବ୍ଲକର ପିମ୍ପୁଡ଼ିସ୍ଥିତ ବଜ୍ର ମହାକାଳୀ ନୋଡ଼ାଲ୍ ଉପ୍ରା ବିଦ୍ୟାଳୟ ପରିସରରେ ତାଲୁକ୍ ଲିଗାଲ୍ ସର୍ଭିସ୍ (ଆଇନ୍ ସେବା ପ୍ରାଧିକରଣ) କମିଟି ତରଫରୁ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଆଳି କୋର୍ଟର ବିଚାରପତି ତଥା କମିଟିର ଅଧ୍ୟକ୍ଷା ଶ୍ରୀମତୀ ପି. ସୀତାଲକ୍ଷ୍ମୀ ମୁଖ୍ୟଅତିଥି ଭାବେ ପ୍ରଦୀପ୍ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଆଇନ୍ଜୀବୀ ମୃତ୍ୟୁଞ୍ଜୟ ସାମଲ, ଅନ୍ୟତମ ବକ୍ତା ଭାବେ ବିଶିଷ୍ଟ ସ୍ୱେଚ୍ଛାସେବୀ କୈଳାସ ଚନ୍ଦ୍ର ନାୟକ, ବିଦ୍ୟାଳୟ ପରି•ଳନା କମିଟିର ସଭାପତି ଗଗନ ବିହାରୀ ସାହୁ, ଶିକ୍ଷୟିତ୍ରୀ ମିନର୍ଭା ନାୟକ, ଶିକ୍ଷକ ଚୈତନ୍ୟ ପ୍ରସାଦ ଦାଶ ଏବଂ ସମରେନ୍ଦ୍ର ଦାସ ପ୍ରମୁଖ ଶିଶୁଶ୍ରମିକଙ୍କୁ କଳ-କାରଖାନା, ଖଣି-ଖାଦାନ, କ୍ଷେତ-ଖମାର ଭଳି ବିପଦ୍ଜନକ କାର୍ଯ୍ୟର ନିୟୋଜନ ବିରୋଧରେ ଦେଶର ସମ୍ବିଧାନ ଓ ଆଇନ୍ ବ୍ୟବସ୍ଥା ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ର-ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରି କରିଥିବା ବେଳେ, ପ୍ରଭାସ ରଞ୍ଜନ ସାମଲ, ରାହୁଲ କରଣ, ଗୋକୁଳୀ ସାହୁ ଏବଂ କାହ୍ନା ଦାଶ ପ୍ରମୁଖ ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କେଦାରସନ୍ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର