Sunday , October 17 2021
Breaking News
Home / ବିଶେଷ / ପୂର୍ବତନ ବିଧାୟକ ସାମ୍ୟବାଦୀନେତା ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦେ୍ଧାତ୍ସବ ଜନ୍ମମାଟି ବଙ୍ଗୁଆରୀରେ ପାଳିତ

ପୂର୍ବତନ ବିଧାୟକ ସାମ୍ୟବାଦୀନେତା ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦେ୍ଧାତ୍ସବ ଜନ୍ମମାଟି ବଙ୍ଗୁଆରୀରେ ପାଳିତ

ଭୁବନେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଓଡିଶାର ସାମ୍ୟବାଦୀ ଆନ୍ଦୋଳନର ଅଗ୍ରଣୀ ସାରଥୀ ପଟିଆବନ୍ଧର ବିଶ୍ୱକର୍ମା, ଭୁବନେଶ୍ୱର ପୂର୍ବତନ ବିଧାୟକ, ଲଢୁଆସାଥୀ ସ୍ୱର୍ଗତ ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦେ୍ଧାତ୍ସବ ଗତ ୧୫ ତାରିଖ ପ୍ରତ୍ୟୁଷରେ ତାଙ୍କ ଜନ୍ମମାଟି ପୈତୃକ ଗ୍ରାମ ବଙ୍ଗୁଆରୀରେ ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୁଆଖାଇ ନଦୀରେ ସମୂହ ତିଳତର୍ପଣ କରାଯିବା ପରେ ବଙ୍ଗୁଆରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜସେବୀ ଅଭୟ ବଡ଼ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଅଧ୍ୟାପକ ରମାକାନ୍ତ ମିଶ୍ର, ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ, ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ଶିକ୍ଷକ ଶତୃଘ୍ନ ସାହୁ, ନିର୍ମଳ କୁମାର ସାହୁ, ସୁଦାମ ସାହୁ, ବାବାଜୀ ଚରଣ ସାହୁ, ହରେକୃଷ୍ଣ ସାହୁ, ଭାଗିରଥୀ ଭଟ୍ଟ, ମାନସ ରଞ୍ଜନ ରାଉତରାୟ, ବିଶ୍ୱଭୁଷଣ ବାରିକ, ଧନେଶ୍ୱର ବେହେରା, ପ୍ରମୁଖ ସ୍ୱର୍ଗତ ରାମକୃଷ୍ଣ ବାବୁଙ୍କ ଜୀବନାଦର୍ଶ, ସାମ୍ୟବାଦୀ ଆନ୍ଦୋଳନରେ ଭୂମିକା, ପଟିଆବନ୍ଧ ନିର୍ମାଣ କରି ୧୯ମୌଜାର ବନ୍ୟା ନିୟନ୍ତ୍ରଣ କରି ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ କରିଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକ ନୀଳମାଧବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *