Wednesday , October 27 2021
Breaking News
Home / କୃଷି /   ଦେଶୀ ଧାନ ବିହନ ଅଲୋଡା, ଅଧିକ ଅମଳକ୍ଷମ ଧାନ ବିହନ ଉପରେ ଗୁରୁତ୍ୱ

  ଦେଶୀ ଧାନ ବିହନ ଅଲୋଡା, ଅଧିକ ଅମଳକ୍ଷମ ଧାନ ବିହନ ଉପରେ ଗୁରୁତ୍ୱ

 

ପାଟକୁରା ,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଚାଷୀମାନେ ଏବେ ପାରମ୍ପାରିକ ଦେଶୀ ବିହନ ବଦଳରେ ହାଇବ୍ରିଡ୍ ଧାନ ବିହନ ମୁହାଁ ହୋଇଛନ୍ତି । ଗତ କିଛି ଦିନ ହେଲା ମଝିରେ ମଝିରେ ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଏବେ ଜମିରେ ଧାନ ବୁଣାବୁଣି କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବ ପରି ଆଉ ଚାଷୀମାନେ ପାରମ୍ପାରିକ ଧାନ ବିହନକୁ ଏକ ପ୍ରକାର ଭୁଲି ଗଲେଣି କହିଲେ ଚଳେ । ଆଗ ଭଳି ପାରମ୍ପାରିକ ବିହନରେ ଚାଷ ନ ହେବା କାରଣରୁ ଖାଦ୍ୟ ଶସ୍ୟରେ ରୋଗ ପ୍ରତିଶେଧକ ଶକ୍ତିର ଅଭାବ ଦେଖାଯାଇଛି । ପୂର୍ବରୁ ବାଡିବଗିଚାରେ ତିଆରି କମ୍ପୋଷ୍ଟ ଖତକୁ ଜମିରେ ବ୍ୟବହାର କରାଯାଉ ଥିଲା । ସେଥିରୁ ଅମଳ ହେଉଥିବା ଫସଲରେ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥିଲା । ଯାହାକି ଏବେ ଆଉ ନାହିଁ । ପାଟକୁରା ଅଂଚଳରେ ଏବେ ବିଶେଷ କରି ଅଧିକ ଅମଳକ୍ଷମ ଧାନ ବିହନ ଉପରେ ଚାଷୀମାନେ ଅଧିକ ଗୁରୁତ୍ୱ ଦେଇ ଜମିରେ ବୁଣାବୁଣି କରୁଛନ୍ତି । ସେବା ସମବାୟ ସମିତିଗୁଡିକ କିମ୍ବା ବାହାର ବ୍ୟବସାୟୀମାନଙ୍କ ଠାରେ ନିଜ ମନ ପସନ୍ଦର ଅଧିକ ଅମଳକ୍ଷମ ଧାନ ବିହନ ନ ମିଳିଲେ ବହାର ଅଂଚଳକୁ ଯାଇ ସେଠାରୁ ଧାନ ବିହନ ଆଣି ଚାଷୀମାନେ ଜମିରେ ବୁଣାବୁଣି କରୁଥିବାର ଦେଖାଯାଉଛି । ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାର କରିବା ସହିତ ପର୍ଯ୍ୟାପ୍ତ ପରିମାଣରେ ରସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର କରାଯାଉଛି । ଚାଷୀମାନେ ଘରେ ଆଉ ପୂର୍ବ ପରି ଧାନ ବିହନ ସଂଗ୍ରହ କରି ନ ରଖି , ସରକାରଙ୍କ ଅଧିକ ଅମଳକ୍ଷମ ବିହନ ଉପରେ ନିର୍ଭର କରୁଥିବାର ଦେଖାଯାଉଛି । ବାତ୍ୟା ବନ୍ୟା ସମୟରେ ଧାନ ଜମି୨-୪ ଦିନ ପାଣିରେ ବୁଡି ରହିବା ପରେ ବି ଧାନ ଭଲ ଅମଳ ହେଉଥିଲା । କିନ୍ତୁ ଚାଷୀମାନେ ଏବେ ପାରମ୍ପାରିକ ଧାନ ବିହନକୁ ଭୂଲି ଅଧିକ ଅମଳକ୍ଷମ ଧାନ ବିହନ ଉପରେ ଗୁରୁତ୍ୱ ଦେଇ ଜମିରେ ବୁଣାବୁଣି କରୁଥିବାର ଦେଖାଯାଇଛି । ଏବେ ଚାଷୀମାନେ ସ୍ୱର୍ଣ୍ଣ,ସ୍ୱର୍ଣ୍ଣ ସବ୍ -୧, ସିଆର୧୦୧୮,ପୂଜା, ଶାରଳା,ଦୂର୍ଗା,ସମ୍ପଦା ଆଦି ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାର କରୁଥିବାର ଦେଖାଯାଉଛି । ଏହି ସବୁ ଧାନ ଚାଷ ପାଇଁ ଚାଷୀ ମାନେ ଅଧିକ  ରସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ଅଧିକ ପରିମାଣରେ ଫସଲ ଉତ୍ପାଦନ କରୁଛନ୍ତି । ଯତ୍ନର ସହିତ ଦେଶୀ ବିହନରେ ଚାଷ କରାଗଲେ ଅଧିକ ଅମଳ ହେବା ସହିତ ଖାଦ୍ୟ ସଶ୍ୟରେ ରୋଗ ପ୍ରତିରୋଧକ ଶକ୍ତି ରହିପାରନ୍ତା । ଏଥଇ ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତେ ନାହିଁ ବୋଲି ଅଂଚଳର ବୟଷ୍କ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’ :  କଟକ ସଦର ଅଞ୍ଚଳରେ ଗର୍ଭଣା ସଂକ୍ରାନ୍ତି

କଟକ ସଦର, ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଓଡିଶାର ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ସାଧାରଣତଃ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ଅନେକ …

Leave a Reply

Your email address will not be published. Required fields are marked *