Monday , October 18 2021
Breaking News
Home / ବିଶେଷ / କର୍ତବ୍ୟରତ ବନଅଧିକାରୀଙ୍କୁ ମାଡ଼ ର ପ୍ରତିବାଦ କରିଛି ଆଠଗଡ ବନଖଣ୍ଡ ଅଣଗେଜେଟେଡ ବନକର୍ମଚାରୀ ସଂଘ

କର୍ତବ୍ୟରତ ବନଅଧିକାରୀଙ୍କୁ ମାଡ଼ ର ପ୍ରତିବାଦ କରିଛି ଆଠଗଡ ବନଖଣ୍ଡ ଅଣଗେଜେଟେଡ ବନକର୍ମଚାରୀ ସଂଘ

ଆଠଗଡ ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- କାର୍ଯ୍ୟକ୍ଷେତ୍ରରେ କର୍ତବ୍ୟରତ ଥିବା ବେଳେ ଆଠଗଡ ବନାଂଚଳ ଅନ୍ତର୍ଗତ ତିଗିରିଆର ହରିଡାପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁକୁ କେନ୍ଦ୍ର କରି ବନଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ୟକ୍ତ ଜନତା ଆଇନକୁ ହାତକୁ ନେଇ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାରେ ବନବିଭାଗପକ୍ଷରୁ ଏତଲା ରୁଜୁ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ । ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଠଗଡ ବନଖଣ୍ଡ ଅଣଗେଜେଟେଡ ବନକର୍ମଚାରୀ ସଂଘ ନିନ୍ଦା କରିଛି । ବନଖଣ୍ଡ କାର୍ଯ୍ୟାଳୟ ନିକଟରେ ଖୁଂଟୁଣୀ ବନାଂଚଳ ଅଧିକାରୀ ମାଗୁଣି ବେହେରା, ଆଠଗଡ ବନାଂଚଳ ଅଧିକାରୀ ରବିନ୍ଦ୍ରକୁମାର ନାୟକ, ବନପାଳ ମନୋଜ ଦାସ, ପ୍ରଶାନ୍ତକୁମାର ପରିଡାଙ୍କ ସହ ବହୁ ବନ କର୍ମଚାରୀ ଉପସ୍ଥିତ ରହି କର୍ତବ୍ୟରତ ବନଅଧିକାରୀ ଓ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ଜଣାଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସମୂହ କଳାବ୍ୟାଚ ପରିଧାନ କରି ଛୁଟିରେ ଯିବେ ବୋଲି ପ୍ରକାଶ କରିଛନ୍ତି । ବନକର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତା ଆଶିଷକୁମାର ନାୟକ ଦୃଢ ଦାବି ଜଣାଇଛନ୍ତି ।

ପ୍ରକାଶଯୋଗ୍ୟ ଗତ ଦୁଇଦିନ ତଳେ ହାତୀ ଆକ୍ରମଣରେ ହରିଡାପଶି ଗ୍ରାମର ଶରତଚନ୍ଦ୍ର ବେହେରା (କାଳିଆ) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏପରିକି ହାତୀ ସମ୍ପୃକ୍ତ ଲୋକକୁ ଦୁଇ ଫାଳ କରି ଚିରି ଦେଇଥିଲା ।  ସ୍ଥାନୀୟ ଅଂଚଳରେ ହାତୀ ଚଳପ୍ରଚଳ କରୁଥିବା ନେଇ ବନବିଭାଗ ପକ୍ଷରୁ ସାଧାରଣରେ ସଚେତନତା କରାଯାଇଥିଲା । ହେଲେ ସତର୍କତା ଅବଲମ୍ବନ କରିବା ସତ୍ୱେ ହଠାତ କୌଣସି ହାତୀ ହାବୁଡରେ ପଡିଯାଇଥିଲେ ଦୁଇ ବନ୍ଧୁ । ସେମାନଙ୍କ ଭିତରୁ ଜଣକୁ ହାତୀ ମାରିଦେଇଥିଲା । ଏହି ଘଟଣାରେ ଉତ୍କ୍ଷିପ୍ତ ସ୍ଥାନୀୟ ଅଂଚଳର କେତେକ ଜନସାଧାରଣ ଆଠଗଡ ବନାଂଚଳ ଅଧିକାରୀ ଓ ସ୍ଥାନୀୟ ବନପାଳଙ୍କୁ ଆକ୍ରମଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *