ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଓଡ଼ିଶାର ତିନୋଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ । ଜୁନ ୨୫ ତାରିଖ ରେ ନାମାଙ୍କନ ପତ୍ର ଦାଖଲ ର ଶେଷ ଦିବସ ହୋଇଥିବାବେଳେ ଜୁଲାଇ ୫ ରେ ନିର୍ବାଚନ ନିର୍ବାଚନ ହେବ । ଜୁନ୍ ୨୬ ତାରିଖରେ ନାକାଙ୍କନ ପତ୍ର ଯାଂଚ, ୨୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ଦିବସ । ଜୁଲାଇ ୫ ରେ ନିର୍ବାନ ଓ ୯ ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ । ବରିଷ୍ଠ ପ୍ରଶାସନିକ ଅଧିକାରୀ (ଓଏଏସ) ତଥା ଓଡ଼ିଶା ସବ ଅର୍ଡ଼ିନେଟ ଷ୍ଟାଫ ସିଲେକସନ୍ କମିଶନ ସୁିବ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ବିଧାନସୌଧର ମୁଖ୍ୟ କୋଠାର ପଛ ପାଖରେ ଥିବା ଅଭ୍ୟର୍ଥନା ଗୃହରେ ତାଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରିବ । ପ୍ରାର୍ଥୀମାନେ ସେଠାରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ ।
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ସାଂସଦ ଭାବରେ ଓ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପ୍ରତାପ କେଶରୀ ଦେବ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ମାତ୍ର ଅଳ୍ପ କେଇଦିନ ବାକି ଥିବାରୁ ସେହି ଗୋଟିଏ କୁ ଛାଡ଼ି ବାକି ତିନୋଟି ପାଇଁ ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ତିନୋଟିଯାକ ଆସନରେ ବିଜେଡ଼ି ପୁଣି ଦଳର ପ୍ରାର୍ଥୀଙ୍କୁ ଜିତାଇବା ନିଶ୍ଚିତ । ଓଡ଼ିଶା ସମାଚାର