Wednesday , October 20 2021
Breaking News
Home / ବିଶେଷ / ଅସୁରେଶ୍ୱର ଦଧିବାମନ ଜୀଉଙ୍କ ପୀଠରେ ସ୍ନାନପୂର୍ଣ୍ଣିମା

ଅସୁରେଶ୍ୱର ଦଧିବାମନ ଜୀଉଙ୍କ ପୀଠରେ ସ୍ନାନପୂର୍ଣ୍ଣିମା

 

ନିଶ୍ଚିନ୍ତକୋଇଲି, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୋଇଲୋସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀଦଧିବାମନଜୀଉଙ୍କ ପୀଠରେ ସୋମବାର ସ୍ନାନପୂର୍ଣ୍ଣିମା ସମାରୋବରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଦେଖିବା ନିମନ୍ତେ ଆଖପାଖର ଶତାଧିକ ଭକ୍ତଙ୍କ ଗହଳିରେ ମନ୍ଦିର ପରିସର ଚଳଚଂଚଳ ହୋଇଉଠିଥିଲା । ପ୍ରାତଃରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ପୂଜାନୀତି ସମାପନ ପରେ ସେନା ଲାଗି କରାଯାଇଥିଲା । ମହାପ୍ରଭୁଙ୍କ ନିଯୋଗୀ ସେବାୟତ ତଥା ପରିଚ୍ଛା ସେବକଙ୍କ ଗହଣରେ ପ୍ରାୟ ସକାଳ ୯ଟା ସମୟରେ ମହାପ୍ରଭୁ ମହାଡମ୍ବରରେ ସ୍ନାନମଣ୍ଡପକୁ ସଂକୀର୍ତନ ମଧ୍ୟରେ ପହଣ୍ଡି ବିଜେ କରିଥିଲେ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ  ପାରମ୍ପରିକ ନୀତି କାର୍ଯ୍ୟ ସମାପନ କରାଯାଇ ପରିଚ୍ଛା ସେବକଙ୍କଦ୍ୱାରା ଚନ୍ଦନ ଲାଗି କରାଯାଇଥିଲା । ମଧ୍ୟାହ୍ନଧୂପରେ ମହାପ୍ରଭୁ ଦଧିବାମନଚନ୍ଦ୍ର ଭକ୍ତଙ୍କୁ ଗଣପତି ବେଶରେ ଦର୍ଶନ ଦେଇଥିଲେ । ଏହି ସିଦ୍ଧି ଦେବତାଙ୍କ ବେଶରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଥିଲେ । ନିମନ୍ତ୍ରିତ ଅତିଥି ତଥା ଆଗନ୍ତୁକମାନେ ମନ୍ଦିରରେ ପ୍ରସାଦସେବନ କରିଥିଲେ । ସଂଧ୍ୟାରେ ସ୍ନାନ ମଣ୍ଡପରେ ଆଳତୀ ଦର୍ଶନ ପରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ମଝିଦେଉଳ ଅଣସର ଗୃହ ପର୍ପ୍ୟନ୍ତ ପହଣ୍ଡି ବିଜେ କରାଯାଇଥିଲା । ରତ୍ନମଣ୍ଡପକୁ ନଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ସେଠାରେ ମହାପ୍ରଭୂ ଅବସ୍ଥାନ କରିବାର ପରମ୍ପରା ରହିଛି । ଦଧିବାମନଙ୍କ ଏହି ସ୍ନାନ ଉତ୍ସବରେ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି, ଟ୍ରଷ୍ଟ ବୋର୍ଡର ସଭ୍ୟ, ନିଯୋଗୀ ସେବକ, ପରିଚ୍ଛା ସେବକ ତଥା ସ୍ଥାନୀୟ ବ୍ୟକ୍ତି ବିଶେଷ ସହେଯାଗ କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *