Sunday , October 24 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ପତ୍ନୀ ଓ ଶାଶୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ଜ୍ୱାଇଁ

ସଂକ୍ଷେପରେ ତାଜା ଖବର :  ପତ୍ନୀ ଓ ଶାଶୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ଜ୍ୱାଇଁ

 

ମୟୁରଭଂଜ, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀ ଓ ଶାଶୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି ଜ୍ୱାଇଁ  । ଏହି ଘଟଣା ଘଟିଛି ମୋରଡ଼ା ଥାନା ଅନ୍ତର୍ଗତ ଖୁଂଟପାଳ ଗାଁ ରେ ।  ଜ୍ୱାଇଁ ମାରଧର କରୁଥିବା ଅନେକ ଥର ଝିଅ ଓ ଶାଶୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଏହାକୁ ହାଲକା ଭାବେ ଗ୍ରହଣ କରିଥିଲା । ଗତକାଲି ମଧ୍ୟ ଏକ କୁରାଢ଼ୀରେ ମାରିବାକୁ ଗୋଡ଼େଇଥିଲା ବୋଲି ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଆଜି ଏକ କୁରାଢ଼ୀରେ ଜ୍ୱାଇଁ ନିଜ ପତ୍ନୀ ଓ ଶାଶୁଙ୍କୁ ହାଣି ହତ୍ୟା କରିଛି । ମୃତକ ମାନେ ହେଉଛନ୍ତି ପତ୍ନୀ ମମତା ମହାପ୍ତ ଓ ଶାଶୁ ସ୍ୱାତୀ ମହାନ୍ତ ।  ଗ୍ରାମବାସୀମାନେ ଅଭିଯୁକ୍ତ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଙ୍କୁ ବାନ୍ଧପକାଇଥିଲେ । ପୋଲିସ୍ ଆସିବା ପରେ ପୋଲିସ୍ ଜିମା ଦେଇଥିଲେ । ତେବେ ପୋଲିସ୍ କାର୍ଯ୍ୟାକୁଷ୍ଠାନ ଗ୍ରହଣ ନକରିବାକୁ ୨ ଟି ଜୀବନ ଗଲା ବୋଲି ଗ୍ରାମବାସୀ ଅଭିଯୋଗ କରି ପୋଲିସ୍ ଉପରେ ଆକ୍ରମଣ କରିଛନ୍ତି । ପରକିୟା ପ୍ରତୀ ଯୋଗୁ ସେ ହତ୍ୟା କରିଥିବା କଥା କହିଛି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *