Friday , October 22 2021
Breaking News
Home / ବିଶେଷ / ମତ୍ସ୍ୟଜୀବୀଙ୍କ ଉପରୁ ଉଠିଲା କଟକଣା

ମତ୍ସ୍ୟଜୀବୀଙ୍କ ଉପରୁ ଉଠିଲା କଟକଣା

ମହାକାଳପଡ଼ା, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ସମୁଦ୍ର ଭିତରକୁ ଯାଇ ମାଛ ଧରିବାକୁ ମତ୍ସ୍ୟଜୀବୀଙ୍କ ଉପରେ ଥିବା କଟକଣା ଦୀର୍ଘ ୭ ମାସ ପରେ ଉଠାଇ ଦିଆଯାଇଛି । ଗହୀରମଥା ଅଂଚଳରେ ଅଲିଭ୍ ରିଡ଼୍ଲେ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ଏହି କଟକଣା ମତ୍ସ୍ୟଜୀବୀଙ୍କ ଉପରେ ଲାଗିଥାଏ । ନଭେମ୍ବର ପହିଲାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଲିଭ୍ ରିଡ଼୍ଲେ କଇଁଛଙ୍କ ପ୍ରଜନନ, ଅଣ୍ଡା ଦେବା ଓ ଛୁଆ ଫୁଟି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ପ୍ରାୟ ୭ମାସ ମଧ୍ୟରେ ସମୁଦ୍ର ମଝିରେ ମାଛ ଧରିବା ଉପରେ ବନବିଭାଗ ଏହି କଟକଣା ଲଗାଇ ଥାଏ । କୂଳରୁ ସମୁଦ୍ର ମଧ୍ୟକୁ ୨୦ କିଲୋମିଟର ମଧ୍ୟରେ ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ବ୍ୟତୀତ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଭିତରକୁ ଛଡ଼ାଯାଇ ନଥାଏ । ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ବଉଳକଣୀ, ଜମ୍ବୁ ଓ ବ୍ଲକର ଅନ୍ୟ ଅଂଚଳର ମତ୍ସ୍ୟଜୀବୀ ପରିବାର ସମୁଦ୍ରରୁ ମାଛ ମାରି ପେଟ ପୋଷିଥାନ୍ତି । ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଉଠିବା ପରେ ଏବେ ମତ୍ସ୍ୟଜୀବୀ ସମୁଦ୍ର ଯିବାପାଇଁ ପ୍ରସ୍ତୁତ ହେଲେଣି । ପରମ୍ପରା ଅନୁଯାୟୀ ମତ୍ସ୍ୟଜୀବୀ ମା ରାମଚଣ୍ଡୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ସମୁଦ୍ରକୁ ଯାଇ ମାଛ ଧରିଥାନ୍ତି । ସମୁଦ୍ରରେ ଦୁଇ ସପ୍ତାହ ରହିବା ପରେ ମତ୍ସ୍ୟଜୀବୀ କୂଳକୁ ଆସିଥାନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *