ଗରଦପୁର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଅଂଚଳର ସର୍ବ ପୁରାତନ ଫଜଲହକ୍ ହାଇସ୍କୁଲ ର ୧୯୮୯ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଜ ଅବକାଶରେ ଏହି ବ୍ୟାଚ ର ପୁରାତନ ଛାତ୍ର ଡ଼ଃ ଲିଙ୍ଗରାଜ ରଣାଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରୁ ଅବସରନେଇଥିବା ପ୍ରାକ୍ତନ ଶିକ୍ଷକ ଧୃବଚରଣ ଲେଙ୍କା,ଗନ୍ଧର୍ବ ଚରଣ ମହାପାତ୍ର, ରମେଶ ଚନ୍ଦ୍ର ଦାଶ ପ୍ରମୁଖ ପ୍ରାକ୍ତନ ଛାତ୍ର ଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷକତା ସମୟର ଅଭିଜ୍ଞତାକୁ ଆଧାରକରି ବହୁ ଉପାଦେୟ ଆଶିର୍ବଚନ ଶୁଣାଇଥିଲେ । ପ୍ରାକ୍ତନ ଛାତ୍ର ଛାତ୍ରୀମାନେ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ଉପରୋକ୍ତ ଶିକ୍ଷକ ମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତେବେ ପ୍ରାକ୍ତନ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ରେ ସମାନିଲ ହେବା, ମୋ ସ୍କୁଲ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ବିଦ୍ୟାଳୟର ଉନ୍ନତି କାର୍ଯ୍ୟରେ ସାମିଲ ହୋଇ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଶ୍ରୀ କାନୁନଗୋ ପ୍ରାକ୍ତନ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ବ୍ୟାଚର ପ୍ରଣତି ବିଶ୍ୱାଳ, ପ୍ରତିଭା ମହାନ୍ତି, ଶୁଭଶ୍ରୀ ମହାନ୍ତି, ମାନସ ମହାନ୍ତି, ତନୁଶ୍ରୀ ମହାନ୍ତି, ଦାମୋଦର ମହାନ୍ତି, ଯୋଗେନ୍ଦ୍ର ମହାପାତ୍ର, ତନୱର ଅଲୀ. ମିର ସାମସୁଦ୍ଦିନ୍, ସକିଲ ଅଜଗର, ବବିତା ଦାସ, ସୁନାକର, ସୁଧାକର, ସଂଜୟ ବେହେରା, ଗଣେଶ୍ୱର. ରଣଜିତ ମହାନ୍ତି, ସୁକାନ୍ତ ନାୟକ, ଶଙ୍କର୍ଷଣ ନାୟକ,ଦିଲିପ ବିଶ୍ୱାଳ, ଅନିରୁଦ୍ଧ, ସୁକାନ୍ତ ବେହେରା, ସୟଦ ନସିମ ଅହମ୍ମଦ,ପ୍ରଦାପ ବେହେରା,ରମା ବିଶ୍ୱାଳ,ରଶ୍ମିତା ଦାସ,ଗୋପିନାଥ ମଲିକ୍ ,କୈଳାଶ ନାୟକ,ଲିଙ୍ଗରାଜ ଦାସ,ଧିରେନ କୁମାର ସୂତାର,ରାଜ କୁମାର ଦାସ,ସଂଜୟ କୁମାର ମଲିକ୍ ,ଲକ୍ଷ୍ମୀପ୍ରିୟା ମହାନ୍ତି,ବିନୟ କୁମାର ମହାନ୍ତି ପ୍ରମୁଖ ପ୍ରାକ୍ତନ ଛାତ୍ର ଛାତ୍ରୀମାନେ ନିଜ ନିଜର ଭାବ ବିନିମୟ କରିବା ସହିତ ଛାତ୍ର ଜୀବନର ଅନୁଭୁତି ବର୍ଣ୍ଣନା କରିଥିଲେ । ଇତି ମଧ୍ୟରେ ଇହଧାମ ପରିତ୍ୟାଗ କରିଥିବା ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଓ ନିଜ ବ୍ୟାଚ୍ ର ଦୁଇ ଜଣ ସହପାଠୀ ସୁଲଭ ମହାନ୍ତି ଓ ସୁବାସ ଚନ୍ଦ୍ର ବେହେରା ଙ୍କ ଅକାଳ ପରଲୋକ ଘଟିଥିବାରୁ ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଦ୍ୟାଳୟ କ୍ୟାମ୍ପସରେ ଚାରା ରୋପଣ କରାଯାଇଥିଲା ଓ ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଓଡ଼ିଶା ସମାଚାର