Wednesday , October 4 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜ୍ଞାନଲକ୍ଷ୍ମୀ କଳା ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ

ଜ୍ଞାନଲକ୍ଷ୍ମୀ କଳା ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ

 

ଜଗତସିଂହପୁର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ଜଗତସିଂହପୁର ଆଳିପିଙ୍ଗଳ ଠାରେ ଥିବା ଜ୍ଞାନଲକ୍ଷ୍ମୀ କଳା ଅନୁଷ୍ଠାନ ପକ୍ଷରୁ ଆମ ଗାଁ ରଜ ପରବ ଶ୍ରୀ ଶ୍ରୀ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ପହିଲି ରଜରେ ଅନୁଷ୍ଠାନର ନିର୍ଦେଶିକା ସୁଶ୍ରୀ ଭାଗ୍ୟଶ୍ରୀ କାନୁନଗୋଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଶଶିଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶର୍ମିଷ୍ଠା ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୃସିଂହ ଚରଣ ପ୍ରଧାନ, ଆଇନଜୀବୀ କୈଳାସ ଚନ୍ଦ୍ର ମୁଦୁଲି ଓ ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ଗୌରାଙ୍ଗ ଚରଣ ହୋତା ଯୋଗଦେଇ ରଜ ପର୍ବ ବିଷୟରେ କହିଥିଲେ । ଅନୁଷ୍ଠାନର ନିର୍ଦେଶିକା ସୁଶ୍ରୀ କାନୁନଗୋ ସ୍ୱାଗତଭାଷଣ ଦେଇଥିଲେ  । ଦିଲ୍ଲୀପ ପଲାଉର ଧନ୍ୟବାଦ ଦେଇଥିଲେ  । ପରେ ରଜ ଉପଲକ୍ଷେ ପୁଚି, ଲୁଡୁ, ତାସ, ମ୍ୟୁଜିକ ଚେୟାର, ରଜ କନ୍ୟା କୁଇନ, ନାଚ, ଗୀତ, ରାଜ ରାଜା ଓ ବାଗୁଡି ଆଦି ଖେଳ ଅନୁଷ୍ଠିତ ହୋଇଥିଲା । ଏହାକୁ ଅଜୟ କୁମାର ଗୋଚ୍ଛାୟତ, ଅନ୍ତିମ କୁମାର, ପ୍ରଦୀପ, ସନ୍ତୋଷ, ଆଶିଷ, ବିଶ୍ୱଜିତ ଓ ଆମ ଗାଁ ରଜ ପରିବାରର ସଦ୍ୟ ବାବାଜୀ ଚରଣ ଜେନା, ସୁରେଶ କୁମାର ପ୍ରଧାନ, ସୁଦର୍ଶନ ନାୟକ, ଅମ୍ବିକା ମହାନ୍ତି, ବିଚିତ୍ରାନନ୍ଦ ସାହୁ, ସସ୍ମିତା ପାତ୍ର, କୀର୍ତିଚାନ୍ଦ କାନୁନଗୋ, ପ୍ରଭାକର ବେହରା, ଲିଟୁ ଦାସ, ତ୍ରିଦେବ କାନୁନଗୋ ଓ ସରିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଜିଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ, ଚିତ୍ରଶିଳ୍ପୀ ଚିନ୍ତାମଣୀ ବିଶ୍ୱାଳ, ଅବସପ୍ରାପ୍ତ ପ୍ରଶାସନିକ ଅଧିକାରୀ ଯୋଗେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦେଶିକା ସୁଶ୍ରୀ କାନୁନଗୋ ସ୍ୱାଗତଭାଷଣ ଦେଇଥଲେ  । ସୁରେଶ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ଶ୍ରୀ ବିଶ୍ୱାଳ, ଅନ୍ତିମ କୁମାର ଦାସ, ଗାୟକ ବୀରକିଶୋର ରଣା, ସାମାଜିକ ଅନୁଷ୍ଠାନ ସମାଜ ବିକାଶ ମିଶନ, ସ୍ଥାନୀୟ ଅଂଚଳରେ ମାଟ୍ରିକରେ ଅଧିକ ନମ୍ବର ରଖିଥିବା ରାକେଶ କୁମାର ସ୍ୱାଇଁ, ଯୁବ କଣ୍ଠଶିଳ୍ପୀ ରାଜକିଶୋର ଗାଆଣ ଓ ସମାଜ ମଙ୍ଗଲକାରୀ ମା ଭାବେ ସାବିତ୍ରୀ ଭୋଇଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *