କୁଜଙ୍ଗ, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ସାରଦା ସ୍ୱାଇଁଙ୍କ ବାସଗୃହରୁ ୨୫ଟି ନାଗ ସାପ ଉଦ୍ଧାର କରାଯାଇଛି । ହେଲେ ମା’ ସାପ ଧରାପଡିନି । ସାରଦାଙ୍କ ପତ୍ନୀଙ୍କୁ ଘର ଭିତରେ ଏକ ସାପ କାମୁଡି ଦେବାରୁ ଖୋଜା ଖୋଜି କରିବାରୁ ଘର କାନ୍ଥ ମଧ୍ୟରେ ୨୫ ଟି ଛୋଟବଡ ନାଗସାପ ଦେଖିବାକୁ ମିଳିଥିଲା । ବନବିଭାଗକୁ ଖବର ଦିଆଯିବାପରେ ଗଗନ ମଲିକ୍ ଓ ପ୍ରଦୀପ୍ ଦାସ ପ୍ରମୁଖ କର୍ମଚାରୀ ଏହି ଗ୍ରାମକୁ ଯାଇ ସାପ ଛୁଆଙ୍କୁ ଉଦ୍ଧାର କରି ଢିଙ୍କିଆ ତଣ୍ଡା ଜଙ୍ଗଲରେ ଛାଡିଥିଲେ । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …