Wednesday , November 30 2022
Breaking News
Home / ନିର୍ବାଚନ / କରିଲୋପାଟଣାରେ ବିଜେଡି କର୍ମୀ ସମ୍ମିଳନୀ

କରିଲୋପାଟଣାରେ ବିଜେଡି କର୍ମୀ ସମ୍ମିଳନୀ

ମାର୍ଶାଘାଇ, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ କରିଲୋପାଟଣା ଦୁର୍ଗାମନ୍ଦିର ପ୍ରାଙ୍ଗଣରେ ରବିବାର ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡ଼ି ସଂଗଠକ ଶ୍ୟାମସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ପର୍ଯ୍ୟବେକ୍ଷକ ଭାବେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଯୋଗଦେଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ପ୍ରତ୍ୟେକ କର୍ମୀ ୪ଖଣ୍ଡରୁ ଊଦ୍ଧ୍ୱର୍ ଭୋଟ ଯୋଗାଡ଼କଲେ ସେମାନଙ୍କୁ ପୁରସ୍କୃତ କରିବାକୁ ଖୋଲା ଖୋଲି ଘୋଷଣା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାମଲ ଦୁର୍ଗାମନ୍ଦିରରେ ଉପସ୍ଥିତ କର୍ମୀଙ୍କୁ ହୁଳହୁଳି ଓ ହରିବୋଲ ପକାଇ ବିଜେଡ଼ିକୁ ଭୋଟ ଦେବାକୁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସବୁ ମତଭେଦ ଓ ବାଦବିବାଦ ଭୁଲି ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ବିଜେଡ଼ି ସଭାପତି ସଂଜୟ କୁମାର ଲେଙ୍କା ସାବିତ୍ରୀଙ୍କ ପାଇଁ ସାରଥୀ ହେବାକୁ ଘୋଷଣା କରିଥିଲେ । ପୂର୍ବତନ ଜିଲାପରିଷଦ ସଭ୍ୟ ଜିଲା ଉପସଭାପତି ପ୍ରମୋଦ କୁମାର ରଥ ଯୋଗଦେଇ ବିଜେଡ଼ି ସରକାର ଦ୍ୱାରା ଅଂଚଳର ବିକାଶ ହୋଇଛି । ଆଗାମୀ ଦିନରେ ସ୍ୱର୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଅଧୁରା ସ୍ୱପ୍ନର ସାକାର କରିବାକୁ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁମତରେ ଜିତାଇବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ ରଙ୍ଗାଧର ଦଳାଇ, ସମାଜସେବୀ ଦୀପକ ରାଉତରାୟ, ଦିବାକର ସ୍ୱାଇଁ, ଅମୀୟ ପଟ୍ଟନାୟକ,ସତ୍ୟପ୍ରିୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେପି ସଂଗଠକ ଲକ୍ଷ୍ମୀନାରାୟଣ ରାଉତରାୟ ବିଜେଡ଼ିରେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ନାୟକ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.