Wednesday , October 5 2022
Home / ତାଜା ଖବର / ୪ ବ୍ୟାଟେରୀ ଚୋର ଗିରଫ

୪ ବ୍ୟାଟେରୀ ଚୋର ଗିରଫ


ମାହାଙ୍ଗା,୧୬/୦୬/୨୦୧୯ (ଓଡ଼ିଶା ସମାଚାର)-ମାହାଙ୍ଗା ଥାନା ଅନ୍ତର୍ଗତ ଇତୁକୁରା ଗ୍ରାମର ୪ଜଣ ଯୁବକଙ୍କୁ ପୁଲିସ ବ୍ୟାଟେରୀ ଚୋରି ଅଭିଯୋଗରେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଉକ୍ତ ଗ୍ରାମର ଦୀପକ ସେଠୀ(୨୨), ମଦନମୋହନ ସେଠୀ(୩୦), ଦସୁ ସେଠୀ(୨୧) ଓ ରାଜକିଶୋର ସେଠୀ(୨୫) । ପୁଲିସର ସୂଚନାନୁଯାୟୀ, ଗିରଫ ଯୁବକମାନେ ବିଭିନ୍ନ ସ୍ଥାନରୁ ୪ଟି ବ୍ୟାଟେରୀ ଚୋରିକରି ନିଜ ଘରେ ରଖିଥିଲେ । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ମାହାଙ୍ଗା ଥାନା ଏଏସ୍ଆଇ ପ୍ରଦୀପ କୁମାର ତ୍ରିପାଠୀ ସଦଳବଳ ଉକ୍ତ ଯୁବକମାନଙ୍କ ଘରେ ଚଢ଼ଉ କରି ଚୋରି ହୋଇଥିବା ୪ଟି ବ୍ୟାଟେରୀ ସହ ସେମାନଙ୍କୁ ଗିରଫ କରିଥିଲେ । ଏ ନେଇ ୧୦୩/୧୯ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.